Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ

ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ବଡ଼ ସୂଚନା । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ନିଷ୍ପତ୍ତି । ସେଥିରୁ 22 ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା । ବାକି ଯେଉଁମାନେ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ ।  ତାଙ୍କ ନାଁ'ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ.ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ । 2 ଲକ୍ଷ 67 ହଜାର ଆବେଦନ କରି ବିଭିନ୍ନ କାରଣ ପାଈଁ ବାଦ ପଡ଼ିଥିଲେ । ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଡ଼ିଓ ମାନଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।

5 ଲକ୍ଷ ମିସ ମ୍ୟାଚ ହେଉଥିଲା, ତାହା ସମାଧାନ ହୋଇନାହିଁ ।  ସେମାନେ ଏଥର ସାମିଲ ହେବେନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି ।  ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରୀ ରହିବ୉ 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The excluded applicants will join tomorrow. | Argus News