Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୃଦ୍ଧାଶ୍ରମରେ ବାପା,ଅତୁଟ ରହିଛି ପରିବାରର ସେହ୍ନ

Odisha

ବୃଦ୍ଧାଶ୍ରମରେ ବାପା,ଅତୁଟ ରହିଛି ପରିବାରର ସେହ୍ନ

Sangram Tripathy
Browse all articles by Sangram Tripathy
·1 year ago·2 min read
ବୃଦ୍ଧାଶ୍ରମରେ ବାପା,ଅତୁଟ ରହିଛି ପରିବାରର ସେହ୍ନ

ଅର୍ଗସ ବ୍ୟୁରୋ: ତାଙ୍କ ପାଇଁ ସବୁ କଲେ,ନିଜ ଜୀବନର ସବୁ ମୂଲ୍ୟବାନ ସମୟ ଅଜାଡି ଦେଲେ,ଲୁହପିଇ ଗଲେ,ହେଲେ ପରିବାରକୁ ଖୁସି ଦେଲେ,ବଳବୟସ ଥିଲାବେଳେ କେତେ କଣ ପିଲାଙ୍କ ପାଇଁ ଆଣି ଦେଉଥିଲେ,ପିଲାଙ୍କ ଖୁସିରେ ଖୁସି ହେଉଥିଲେ,ହେଲେ ପରିଣତ ବୟସରେ ହାତଛାଡିଦେଲେ ନିଜ ଲୋକ।ନିଜେ ସିନା ଲୁହ ପିଇ ଗଲେ ହେଲେ ସନ୍ତାନ ପାଇଁ ଆଜିବି ଶୁଭମନାସନ୍ତି ସେ। ଆଉ ବେସାହାରା ମାନଙ୍କର ଠିକଣା ପାଲଟିଛି ବାଲେଶ୍ବର ଅମୃତଧାରା ବୃଦ୍ଧାଶ୍ରମ। ଜୀବନର ଦୁଃଖ କଷ୍ଟକୁ ଭୁଲିବାକୁ ଚେଷ୍ଟା କରି ନିଜକୁ ସାମିଲ କରିଦିଅନ୍ତି ନାଚ,ଗୀତ, ଆଉ ଖେଳରେ,ସତରେ ଜୀବନ ଟା ବି ଏମିତି।ଏଇ ଦେଖୁନାହାନ୍ତି ଚାଲିଛି କ୍ୟାରମ୍ ମାଡକୁ ତାସ ଖେଳ । ଏହାରି ଭିତରେ କିଏ ଗୀତ ଗାଉଛି, ତ ଆଉ କିଏ ନାଚରେ ମସଗୁଲ୍ । ଏ ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ହିନ୍ଦୀ ଚଳଚିତ୍ର ମୁନ୍ନାଭାଇ ଏମବିବିଏସର  କ୍ୟାରମ୍‌ ବୋର୍ଡ଼ ସିନ୍‌ ମନେ ପଡି ଯାଉଥିବ । ଥର ଥର ହାତରେ ଚାଲିଛି କ୍ୟାରମ୍‌ ବୋର୍ଡ଼ରେ ଷ୍ଟ୍ରାଇକର ମାଡ଼ । ଗୋଟିଏ ପରେ ଗୋଟିଏ ଗୁଟି ଜିତିବାର ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଛି ସୁରେନ୍ଦ୍ର ତରେଇଙ୍କ ମୁହଁରୁ । ସୁରେନ୍ଦ୍ର ପ୍ରତିରକ୍ଷା ବିଭାଗର ଚାନ୍ଦିପୁର ସ୍ଥିତ ପିଏକ୍ସଇରେ ଚାକିରି କରିଥିଲେ । ୨୦୦୬ ମସିହାରେ ଅବସର ନେଲେ । ଦୁଇ ପୁଅ ଓ ଦୁଇ ଝିଅଙ୍କ ସହିତ ତାଙ୍କ ପରିବାର । ଚାକିରିରୁ ମିଳିଥିବା ଟଙ୍କାରେ ଦୁଇ ମହଲା କୋଠା କରିଦେଲେ । ଦୁଇ ଝିଅଙ୍କୁ ବାହା ମଧ୍ୟ କରିଦେଲେ । ହେଲେ ପତ୍ନୀଙ୍କ ଦେହାନ୍ତ ପରେ ସମସ୍ତଙ୍କ ପାଇଁ ପର ହୋଇଗଲେ ସୁରେନ୍ଦ୍ର । ଏବେ ତାଙ୍କର ଏକମାତ୍ର ଭରସା ବୃଦ୍ଧାଶ୍ରମ ।ସେହିପରି ଆଉ ଜଣେ ବୃଦ୍ଧ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ପଞ୍ଚାନନ ପଣ୍ଡା। ବୟସ ୭୦ ବର୍ଷ। ରିକ୍ସା ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଦୁର୍ଘଟଣାରେ ଗୋଡ଼ ଅକାମୀ ହୋଇଯିବାରୁ ହାତ ଛାଡ଼ି ଦେଲା ପରିବାର। ସେଇଥିପାଇତ କୁହାଯାଏ ଜୀବନଟା ଅଙ୍କାବଙ୍କା ନଇଁ କେବେ କୁଆଡେ ବହିଯାଏ,କେହି ପାରନ୍ତି ନି କହି।

ଏବେ ଚାନ୍ଦମାରୀ ପଡ଼ିଆରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ୨୦ ଜଣ ଅନ୍ତେବାସୀ ରହୁଛନ୍ତି । ବୃଦ୍ଧାଶ୍ରମରେ ସକାଳୁ ଉଠିଲେଅନ୍ତେବାସୀମାନେ ଜଳଖିଆ ସାରି ପ୍ରାର୍ଥନା କରିଥାନ୍ତି,ଆଉ ତାପରେ କିଏ ତାସପାଲିରେ ମଜ୍ଜି ଯାଆନ୍ତି, ତ’ ପୁଣି କିଏ ଲୁଡ଼ୁ ଖେଳରେ । କ୍ୟାରମ୍‌ ଷ୍ଟ୍ରାଇକର୍‌ ମାଡ଼ରେ କମ୍ପି ଉଠେ ବୃଦ୍ଧାଶ୍ରମର ପରିବେଶ । ଗୀତ ଶୁଣିବା, ଗୀତରେ ନାଚିବା ଓ ସମସ୍ତଙ୍କୁ ନଚେଇବା ଭଳି ପରିବେଶ ସୃଷ୍ଟି କରିଦିଅନ୍ତି ଯତ୍ନ ଦେବାକୁ ଥିବା ସହଯୋଗୀମାନେ । ଆଉ ପାଖରେ ପାଇଥିବା ଅନ୍ତେବାସୀ ମାନଙ୍କ ଭିତରେ ସମସ୍ତେ ଦେଖନ୍ତି ନିଜ ପରିବାରକୁ । ଭୁଲିବାକୁ ଚେଷ୍ଚା କରନ୍ତି ଅକୁହା ଦୁଃଖକୁ। ଆଉ ସେଇଥିରେ କୁଆଡେ  ମନକୁ ମିଳେ ଶାନ୍ତି। ମାତ୍ର ଜୀବନଟା ବି ଏମିତି,କେବେ ହସ,କେବେ କୋହ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The family's father and aunt are in the old age home | Argus News