Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ଅଚ୍ୟୁତଙ୍କ ଜମି କେଳେଙ୍କାରୀର ସାଂଘାତିକ ସତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସାମ୍ନାକୁ ଆସିଲା ଅଚ୍ୟୁତଙ୍କ ଜମି କେଳେଙ୍କାରୀର ସାଂଘାତିକ ସତ

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିଟ୍-କିସ୍ ସାମ୍ରାଜ୍ୟର ଦୃଶ୍ୟ
ସାମ୍ନାକୁ ଆସିଲା ଅଚ୍ୟୁତଙ୍କ ଜମି କେଳେଙ୍କାରୀର ସାଂଘାତିକ ସତ
ଅର୍ଗସ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍
ଜଙ୍ଗଲ ଜମିକୁ ଚଞ୍ଚକତା କରି ନିଜ ଅକ୍ତିଆରକୁ ନେଇଛନ୍ତି ଡକ୍ଟର ସାମନ୍ତ
ବେଆଇନ୍ ଭାବେ କର୍ମସିଆଲ୍ ପ୍ଲଟ କରି ଇଡକୋ-ଜିଏ ଜରିଆରେ ହାତେଇଛନ୍ତି ଅଚ୍ୟୁତ
ଏପଟେ ଛାତ୍ରୀ ମୃତ୍ୟୁ ମାମଲାରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ସେପଟେ ବଢିଲା ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି


ଅଚ୍ୟୁତ-ବିଜେଡି-ଅହଂକାର। ବିଜେଡି ଛତ୍ରଛାୟାରେ ରହି ଅଚ୍ୟୁତ ସାମନ୍ତ ଜମି ମାଫିଆ ସାଜିଥିବାର ଆସିଲା ସାଂଘାତିକ ଅଭିଯୋଗ। ଅର୍ଗସ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । ନଜର ପକାନ୍ତୁ ଏଇ ସରକାରୀ ଦସ୍ତାବିଜ୍ ଉପରେ । ମୌଜା-ପଥରଗାଡିଆ, ଖାତା ନମ୍ବର-420, ପ୍ଲଟ ନମ୍ବର-541, 32 ଏକର 30 ଡିସିମିଲ୍, ଖାତା ନମ୍ବର-420, ପ୍ଲଟ ନମ୍ବର-893, ଏରିଆ 4 ଏକର 10 ଡିସିମିଲ। ଜଙ୍ଗଲ ଜମିକୁ ବେଆଇନ୍ ଭାବେ ନିଜ ଅକ୍ତିଆରକୁ ନେଇ ଏକର ଏକର ଜମି ହାତେଇଛନ୍ତି ଅଚ୍ୟୁତ ସାମନ୍ତ। ଆଶ୍ଚର୍ଯ୍ୟର କଥା ଇଡକୋ ଓ ଜିଏ ମାଧ୍ୟମରେ ଏଇ ଶହ ଶହ ପ୍ଲଟକୁ ଚଞ୍ଚକତା କରି ନିଜ ଅନୁଷ୍ଠାନ ନାଁରେ ନିଜ ନାଁରେ କରାଇ ନେଇଛନ୍ତି ଅଚ୍ୟୁତ। ଏକର ଏକର ଜମିକୁ ନିଜ ଅକ୍ତିଆରକୁ ନେଇ ବେଆଇନ୍ ଭାବେ ଗଢିଛନ୍ତି ନିଜ ସାମ୍ରାଜ୍ୟ। ଅଚ୍ୟୁତଙ୍କ ଏଇ କଳା କାରନାମା ସଂପର୍କରେ ସବୁ ଜାଣି ବି ଚୁପ୍ ରହିଥିଲେ ସେତେବେଳର ନବୀନ ସରକାର।

ସେପଟେ କିଟ୍ ଯୋଗୁଁ ବଦନାମ୍ ହୋଇଛି ଓଡ଼ିଶା, ବଦନାମ ହୋଇଛି ଦେଶ। ନେପାଳ ସହିତ ଓଡିଶାର ସାଂସ୍କୃତିକ ଓ ଧାର୍ମିକ ସଂପର୍କ ହଜାର ହଜାର ବର୍ଷର। ପ୍ରଭୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ଆସେ ନେପାଳରୁ। ହେଲେ ଅଚ୍ୟୁତ ଓ ତାଙ୍କ କର୍ମଚାରୀଙ୍କ ଅହଂକାର-ଔଦ୍ଧତ୍ୟ ପାଇଁ ଏବେ ବଦନାମ ରାଜ୍ୟ। ତେବେ କିଟ୍‌ରେ ନେପାଳି ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନେଇ ଦେଇଛନ୍ତି ପ୍ରତିଶ୍ରୁତି। ନେପାଳ ସରକାରଙ୍କ 2 ଜଣ ପ୍ରତିନିଧି ଓଡିଶା ଆସିଛନ୍ତି । ସେମାନଙ୍କ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ ଲୋକସେବା ଭବନରେ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ସଚିବ, ଉଚ୍ଚଶିକ୍ଷାଙ୍କ ସହ ନେପାଳ ପ୍ରତିନିଧି ଆଲୋଚନା କରିଛନ୍ତି ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି ଜୋର ଧରୁଛି। ଆଜି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଭୁବନେଶ୍ବରରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ ସହ ଏବିଭିପି ସଦସ୍ୟଙ୍କ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ବିଜେଡି ସୁରକ୍ଷାରେ ବଢିଥିଲା ଅଚ୍ୟୁତଙ୍କ ଅହଙ୍କାର। ଧରାକୁ ସରା ମାନୁନଥିଲେ ଅଚ୍ୟୁତ ଓ ତାଙ୍କ କର୍ମଚାରୀ। ତେବେ କିଟ୍ ଘଟଣା ସଂପର୍କରେ ପ୍ରଶ୍ନ ପଟାରିବାରୁ ବୁମ୍ ଏଡାଇ ଚାଲିଯାଇଥିଲେ ଅଚ୍ୟୁତ ସାମନ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The fatal truth of Achyut's land tenure came to highlight | Argus News