ସଙ୍କଟରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତର କଳାପାହାଡ଼ ଠାରେ ୧୯୧୬ ମସିହାରେ ସ୍ଥାପିତ ହୋଇଥିଲା କଳାପାହାଡ଼ ସରକାରୀ ଉର୍ଦୁ ପ୍ରାଥମିକ ବିଦ୍ୟାଳୟ l ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ଶତାଧିକ ଛାତ୍ରଛାତ୍ରୀ ପାଠ ପଢନ୍ତି। ମାତ୍ର ସ୍କୁଲର ଭିତ୍ତିଭୂମି ନାହିଁ କହିଲେ ଚଳେ। ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଅନ୍ୟ ଗୃହରେ ଚାଲିଛି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପାଠପଢା l ଶ୍ରେଣୀ ଗୃହର ଅଭାବ ଯୋଗୁଁ ଗୋଟିଏ କୋଠରୀର ଉଭୟ ପାର୍ଶ୍ଵରେ ଥିବା ଦୁଇଟି କଳାପଟାରେ ହେଉଛି ପାଠପଢା l ଫଳରେ ଠିକ ଭାବେ ପାଠ ପଢି ହେଉନଥିବା ଅଭିଯୋଗ ହୋଇଛି।
ସ୍କୁଲରେ ଥିବା ଆଜବେଷ୍ଟସ ଘରଟି ବିପଦ ସଂକୁଳ ହୋଇ ପଡ଼ି ରହିଛି। ମାତ୍ର ଘର ନଥିବାରୁ ଏଠାରେ ବିପଦ ସଙ୍କୁଳ ଅବସ୍ଥାରେ ରୋଷେଇ ହେଉଛି। ସ୍କୁଲ ଭିତ୍ତିଭୂମି ସଜାଡିବା ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ଶୁଦ୍ଧା ସରକାର ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି। ଦୁଇଟଚି ଶ୍ରେଣୀ ଗୃହରେ ଚାଲିଛି ପାଞ୍ଚଟି କ୍ଲାସ, ବିପଦ ସଙ୍କୁଳ ଘରେ ଚାଲିଛି ରୋଷେଇ… ଏମିତି ନାହିଁନାହିଁର ଚାଲିଛି ବିଦ୍ୟାଳୟ।