Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ସରକାର ଆସିବା ପରେ ବଦଳିବ ପେଟାନାଳର ଭାଗ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ନୂଆ ସରକାର ଆସିବା ପରେ ବଦଳିବ ପେଟାନାଳର ଭାଗ୍ୟ

Key Points

ବଦଳିବ ପେଟାନାଳର ଭାଗ୍ୟ
ନୂଆ ସରକାର ଆସିବା ପରେ ପୁନରୁଦ୍ଧାର ନେଇ ଆଶା ଉଜ୍ଜୀବିତ
ସୌନ୍ଦର୍ଯ୍ୟକରଣ କରିବା ପାଇଁ ମାଷ୍ଟରପ୍ଲାନ
ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କଲେ କଟକ ସାଂସଦ
କଟକ ସାଂସଦଙ୍କ ସମୀକ୍ଷା ପରେ ଫିଟିଲା ବାଟ
ବର୍ଷେ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ

ପେଟାନାଳ, ଯିଏ ଦୀର୍ଘ ବର୍ଷ ଧରି ରାଜନୀତିର ପଶାପାଲିରେ ଛନ୍ଦି ହୋଇ ରହିଥିଲା । କଟକ-ବାରବାଟୀ ରାଜନୀତିରେ ମୋହରା ହୋଇ ରହିଯାଇଥିଲା ପେଟାନାଳ । ପୂର୍ବ ବିଜେଡି ସରକାରଙ୍କ ସମୟରେ ପେଟାନାଳର ପୁନରୁଦ୍ଧାର ପାଇଁ ତରବରିଆ ଭାବେ ଯୋଜନା ତିଆରି ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ବିଜେଡି-କଂଗ୍ରେସ ମଧ୍ୟରେ ଏହାକୁ ନେଇ ଟଣାଓଟରା ମଧ୍ୟ ଲାଗି ରହିଥିଲା ।

ଏହାରି ମଧ୍ୟରେ କିଛି ମାତ୍ରାରେ ପଙ୍କ କଢ଼ଯାଇ ସିଡିଏ ସେକ୍ଟର ୧୦ ଅଳ୍ପ ମାତ୍ରାରେ ଗାର୍ଡୱାଲ ତିଆରି କରାଗଲା । ଏହା ପରେ ତାହା ପୁଣି ଯଥା ପୂର୍ବଂ ତଥା ପରଂ ହୋଇ ରହିଯାଇଥିଲା । ପେଟାନାଳର ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଯୋଗୁଁ ଅତିଷ୍ଟ ହୋଇ ପଡିଛନ୍ତି ସିଡିଏ ଓ ବିଡାନାସୀ ବାସିନ୍ଦା ।

ତେବେ ନୂଆ ସରକାର ଆସିବା ପରେ ପେଟାନାଳର ପୁନରୁଦ୍ଧାର ନେଇ ଆଶା ଉଜ୍ଜୀବିତ ହୋଇଛି । ନିଜେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଗ୍ରାଉଣ୍ଡକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଏକ ବର୍ଷ ମଧ୍ୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସାଂସଦ ।

ସିଡିଏ ସେକ୍ଟର ୧୦ରୁ ଆରମ୍ଭ ହୋଇ ସେକ୍ଟର ୧ ପାଖାପାଖି ୩.୬ କିମି ପର୍ଯ୍ୟନ୍ତ ଲମ୍ବିଛି ଏହି ପେଟାନାଳ । ପଙ୍କ, ଦଳ, ସିଡିଏ ଓ ବିଡାନାସୀର ବର୍ଯ୍ୟଜଳ ଓ ଅଳିଆ ଆବର୍ଜ୍ଜନରେ ଭର୍ତ୍ତି ହୋଇ ରହିଛି । ଯାହା ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରିଥିବା ବେଳେ ମଶା ଓ ମାଛିଙ୍କ ପାର୍ଦୁଭାବ ବଢୁଛି । ତେବେ ଏହି ପେଟାନାଳର ପୁନରୁଦ୍ଧାର ପାଇଁ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିବା ବେଳେ ଏହାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବୁନାଲ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଯାହାକୁ ଦୃଷ୍ଟିରେ ରଖି ନୂଆ ଯୋଜନାରେ ଏହାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏଥିରେ ମିଶୁଥିବା ବର୍ଯ୍ୟଜଳକୁ ଅନ୍ୟ ଏକ ଡ୍ରେନରେ ଛଡାଯିବ । ପେଟାନାଳକୁ ସିଧାସଳଖ କଠାଯୋଡ଼ି ସହ ସଂଯୋଗ କରାଯିବ । ଉଭୟ ପାର୍ଶ୍ଵରେ ରାସ୍ତା ଚଉଡ଼ା ହେବା ସହ ଏହାର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏବେ ଯୋଜନା କରିଛନ୍ତି ନୂତନ ସରକାର ।

ଅନ୍ୟପଟେ ଏହାକୁ ସ୍ଵାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପେଟାନାଳର ଭାଗ୍ୟ ବଦଳିବା ନେଇ ଏବେ ଖୁବ ଆଶାବାଦୀ ଅଛନ୍ତି କଟକ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-fate-of-petanal-will-change-after-the-new-government-comes-to-power | Argus News