ଆସୁଛି ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖର ଗାଁ ଠୁ ସହର
·1 year ago·1 min read

ଫଗୁଣର ଆଗମନରେ ଆସିଛି ହୋଲି। ହିନ୍ଦୁ ପର୍ବ ଭାବରେ ସାରା ଭାରତର ଅତି ଲୋକପ୍ରିୟ ପର୍ବମାନଙ୍କ ଭିତରୁ ଏହା ଟିକେ ନିଆରା। ଭାଷା, ବର୍ଣ୍ଣ, ଲିଙ୍ଗ, ବୟସ , ଧର୍ମ, ନିର୍ବିଶେଷରେ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ବେଶ ଧୁମଧାମରେ ଏହି ପର୍ବ ପାଳନ କରିଥାନ୍ତି। ଗାଁ ଗାଁ ରେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ମେଲଣ କରି ହୋଲି ପାଳନ କରାଯାଉଥିବା ବେଳେ ରାଜଧାନୀ ପରି ସହରରେ ହୋଲି ର ସେଲିବ୍ରେସନ ଟିକେ ଅଲଗା ଦେଖିବାକୁ ମିଳିଥାଏ । ଆସନ୍ତା ମାର୍ଚ୍ଚ 15 ରେ ହୋଲି। ତେଣୁ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଛି ରଙ୍ଗ ବ୍ୟବସାୟ।
ଇନ୍ଦ୍ରଧନୁର ସାତ ରଙ୍ଗ ଠାରୁ ବି ଅଧିକ ରଙ୍ଗ ଏବେ ହୋଲି ଅବିର ଦୋକାନରେ। ବିଭିନ୍ନ ପ୍ରକାର ର ଅବିର, ପିଚକାରୀ,ବେଲୁନ, ବିଭିନ୍ନ ପ୍ରକାରର ମାସ୍କ ସାଙ୍ଗକୁ ରାଜଧାନୀର ଭିନ୍ନଭିନ୍ନ ଦୋକାନରେ ପିଲାଙ୍କୁ ଆକୃଷ୍ଠ କରିବାକୁ ନୂଆ ନୂଆ ଖେଳନା ମଧ୍ୟ ଦେଖିବାକୁ ମିଳିଛି। ଚଳିତ ଥର ହୋଲି ପାଇଁ କୌଣସି କଟକଣା ଏପର୍ଯ୍ୟନ୍ତ ଲାଗିନାହଁ। ତେଣୁ ଆସା କରାଯାଉଛି ହୋଲି ବେଶ ଧୁମଧାମରେ ପାଳନ ହେବ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: