Videos
|
Odisha

ରତ୍ନବେଦିରେ ମହାପ୍ରଭୁ; ଆଜିଠୁ ନୀଳାଚଳ ଅବଢା

Smruti Parija
Browse all articles by Smruti Parija
·2 years ago
ରତ୍ନବେଦିରେ ମହାପ୍ରଭୁ; ଆଜିଠୁ ନୀଳାଚଳ ଅବଢା

ପୁରୀ: ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିରେ ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ଏବଂ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ। 

ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦର୍ଶନ କରିବେ। ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହେଉଥିଲା। କିନ୍ତୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ। ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ। ଏହି ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଶା ରହିଥାଏ।

ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the final ritual of Rath Yatra concludes as Lord Jagannath returns to Srimandir | Argus News