ଘରୁ ବାହାରକୁ ଆସିଲା ମାତ୍ରେ ଲାଗୁଛି ନିଆଁ

ଯାଜପୁର: ଆପେ ଆପେ ଲାଗିଯାଉଛି ନିଆଁ। ଘରେ ଥିଲା ବେଳେ ଲାଗୁନି, ଘରୁ ବାହାକୁ ଟିକେ ଆସିବା ମାତ୍ରକେ ହିଁ ଲାଗିଯାଉଛି ନିଆଁ। ଏମିତି ତିନି ଦିନ ହେଲା ନିଆଁ ଲାଗି ପୋଡି ହୋଇଗଲାଣି ସମସ୍ତ ଜିନିଷ ପତ୍ର। ଏପରିକି ପିନ୍ଧିବାକୁ ବି ଖଣ୍ଡେ କପଡା ବି ବଞ୍ଚି ନାହିଁ। ଗୁଣି ଗାରେଡି କି ଆଉ କେଉଁଥିପାଇଁ ନିଆଁ ଲାଗୁଛି କାହା କେହି କିଛି ବୁଝିପାରୁନାହାଁନ୍ତି। ତେବେ ଏପରି ଏକ ଅଭାବନୀ, ଅଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାସୁଦେବ ପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ।
ଗୋପାଳ ଚନ୍ଦ୍ର ସାହୁ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଦେଖୁ ଦେଖୁ ହାଟାତ ଜଳୁଛି ନିଆଁ । ପୋଡ଼ି ଯାଉଛି ଘରର ଆସାବାସ ପତ୍ର। ଗତ ତିନିଦିନ ଧରି ଦୁଇ ଭାଇଙ୍କ ଘରେ ହଟାତ ନିଆଁ ଲାଗିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ନିଆଁ ଲାଗିଯାଉଥିବା ଭୟରେ ଘରେ ରୋଷେଇ ମଧ୍ୟ ବନ୍ଦ ହୋଇଛି। ସମ୍ପର୍କୀୟମାନେ ରୋଷେଇ କରିଆଣି ଦେଉଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଘରେ ଥିଲା ବେଳେ ନିଆଁ ଲାଗୁନି କିନ୍ତୁ କିନ୍ତୁ ବାହାରକୁ ଆସିଲେ ଜଳିଯାଉଛି ଆସବାବପତ୍ର । ତେବେ କିଛି ଉପସ୍ଥିତ ଲୋକେ କହୁଛନ୍ତି ଏ ନିଆଁକୁ ଛୁଇଁରେ କାଟୁନି। ଏଭଳି ଆଶ୍ଚର୍ଯ୍ୟ କର ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି । ଗୁଣିଆଙ୍କୁ ମଧ୍ୟ ଡାକି ଦେଖାସରିଲା କିନ୍ତୁ କିଛି ଫରକ ପଡୁନାହିଁ। ଅସହାୟ ହୋଇପଡ଼ିଥିବା ଦୁଇ ପରିବାର ଏବେ ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି। କାହିଁକି ଏପରି ଘଟଣା ଘଟୁଛି ତାହା ଏବେ ଜାଣିପାରୁନାହାଁନ୍ତି ପରିବାର।
ଅଧିକ ଦେଖନ୍ତୁ:
