ପୁରୀରେ କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରଥମ ସମନ୍ବୟ ବୈଠକ

Key Points
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ
ପୁରୀରେ କେନ୍ଦ୍ରାଞ୍ଚଳ RDCଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରଥମ ସମନ୍ବୟ ବୈଠକ
ଶାନ୍ତିଶୃଙ୍ଖଳା ରକ୍ଷା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ବ
ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ଆସିବ ସ୍ଵତନ୍ତ୍ର ଆପ୍ ଓ ୱେବସାଇଟ୍
ରଥଯାତ୍ରା ସମୟରେ ରେଳବିଭାଗ ପକ୍ଷରୁ ଚାଲିବ ୩୬୫ଟି ସ୍ଵତନ୍ତ୍ର ଟ୍ରେନ୍
ନଜର ରଖିବ ସିସିଟିଭି, ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା , AI କ୍ୟାମେରା
ପୁରୀ ପୌରାଞ୍ଚଳରେ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ହେବ ବୀମା ବ୍ୟବସ୍ଥା
ସେପଟେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ରଥ ନିର୍ମାଣ କାମ
ଚଳିତ ବର୍ଷ ଜୁନ୍ ମାସ ୨୭ ତାରିଖରେ ପଡୁଛି ରଥଯାତ୍ରା । ହାତରେ ଦୁଇ ମାସ ସମୟ ଥିବାବେଳେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ଗୁରୁବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି. ପରମେଶ୍ୱରମଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ସମନ୍ଵୟ ବୈଠକ । ଯେଉଁଥିରେ ରଥକାଠ ଯୋଗାଣ, ରଥ ନିର୍ମାଣ, ନୀତି ସଂପାଦନ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ବିଶେଷ କରି ପୁରୀ ପୌରାଞ୍ଚଳରେ ରଥଯାତ୍ରା ସମୟରେ ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ରଥଯାତ୍ରା ସମୟରେ ୩୬୫ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ । ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ । ୧୩୦ ନିୟମିତ ବସ୍ ସହ ଅଧିକ ବସ ଚଳାଚଳ କରିବ ।
ସେପଟେ ଚଳଚଞ୍ଚଳ ରଥଖଳା । ପ୍ରଥମ ଦିନରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।. ପ୍ରଥମ ଦିନରେ ମହଜୁଦ ଥିବା ୨୨ଟି ତୁମ୍ବ କାଠକୁ କରତରେ ମାପ ଅନୁଯାୟୀ କାଟୁଛନ୍ତି କରତିଆ ସେବକ । ୪୨ଟି ତୁମ୍ବ ପ୍ରସ୍ତୁତ ହେବ। ଏହାପରେ ସୂତା ବାଡିଆ ହୋଇ ବିନ୍ଧ ହେବ ।
ଗତବର୍ଷ ରଥଯାତ୍ରା ସମୟରେ ବଳଭଦ୍ର ତଳେ ପଡିଯିବା ଭଳି ଅଘଟଣ ଘଟିଥିଲା । ତେଣୁ ଚଳିତ ବର୍ଷ ସେଭଳି କୌଣସି ଘଟଣାର ପୁନାରବୃତ୍ତି ନହେଉ ସେଥିପାଇଁ ଶୃଙ୍ଖଳିତ ନୀତିକାନ୍ତି ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଅଧିକ ଜୋର୍ ଦିଆଯାଉଛି ।