Videos
|
Odisha

ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ାରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ାରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

Key Points

ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ା ଡେଇଁଲା ବନ୍ୟାପାଣି

ବ୍ୟାନର୍ ଲଗାଇ ସତର୍କ କଲା ଦେବୋତ୍ତର ବିଭାଗ

ମନ୍ଦିର ଅଞ୍ଚଳକୁ ନ ଆସିବାକୁ ଲୋକଙ୍କୁ ପରାମର୍ଶ

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଥିବା ହେତୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା'ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା'ଙ୍କୁ ଜଳାଶୟୀ କରିପାରିନି। ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ମା'ଙ୍କୁ ଜଳାଶାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା'ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା'ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା'ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେପଟେ ବନ୍ୟାପାଣି ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁବା ପରେ ବ୍ୟାନର ଲଗାଇ ଲୋକଙ୍କୁ ସତର୍କ କରିଛି ଦେବୋତ୍ତର ବିଭାଗ। ମନ୍ଦିର ଅଞ୍ଚଳକୁ ନ ଆସିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବନ୍ୟାପାଣି ଡେଇଁବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-first-flood-of-the-mahanadi-river-entered-the-badamba-bhattarika-temple-enclosure | Argus News