Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟା ଜଳ

Ritu Das
Browse all articles by Ritu Das
·1 year ago·2 min read
କଟକରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟା ଜଳ

ଅର୍ଗସ ବ୍ୟୁରୋ: ହୀରାକୁଦର ୨୦ଟି ଗେଟ୍‌ରୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ କଟକ ମହାନଦୀରେ ପହଞ୍ଚିଛି । ସୋମବାର ବିଳମ୍ବିତ ରାତି ୪ଟା ସମୟରେ ବନ୍ୟା ଜଳ କଟକ ମୁଣ୍ଡଳୀରେ ପହଞ୍ଚିଛି । ଆଜି ଦିନ ୨ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜରୁ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ, ସନ୍ଧ୍ୟା ସୁଦ୍ଧା ତାହା ୫ ଲକ୍ଷ କ୍ୟୁସେକରେ ପହଞ୍ଚିଛି । ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ  ଜିଲ୍ଲାର ତଳିଆ ଅଞ୍ଚଳ ଏବଂ ନଦୀ କୂଳିଆ ଅଞ୍ଚଳ ବାସୀଙ୍କ ମଧ୍ୟରେ ଛନକା ପଶିଛି ।

 ସେପଟେ ଜଳକା ନଦୀର ଜଳସ୍ତର ବି ବୃଦ୍ଧି ପାଉଛି । ଜଳକା ନଦୀ ଅବବାହିକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । ନଦୀର ମଥାନୀ ଠାରେ ବିପଦ ସଂକେତ 6.50  ମିଟର ଥିବା ବେଳେ ସକାଳ 10 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6. 32 ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ସହ ଜଳକା ନଦୀ ର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଂ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି । 

ଜଳକାରେ ଜଳ ସ୍ତର ବଢୁଥିବା ବେଳେ,  ସୁବର୍ଣ୍ଣରେଖା, ମହାନଦୀ ଡେଲଟାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ଉପର ମୁଣ୍ଡ ବର୍ଷା ନ ହେବା ଯୋଗୁଁ ହୀରାକୁଦ ଜଳସ୍ତର କମିବା ଆରମ୍ଭ ହେଲାଣି । ହୀରାକୁଦକୁ ଜଳ ଇନ ଫ୍ଲୋ କମିବା ଯୋଗୁଁ ପର୍ଯ୍ୟାୟ କ୍ରମେ ଗେଟ ବନ୍ଦ ରଖାଯିବ । ସେହିପରି ବ୍ରାହ୍ମଣୀ, ଲୋୟର ବ୍ରାହ୍ମଣି ଓ ସୁବର୍ଣ୍ଣରେଖା ଉପରେ ବି ନଜର ରଖା ଯାଇଛି ।  ଆଖୁଆପଦାରେ ଜଳ ସ୍ତର କମିବା ଯୋଗୁଁ ବୈତରଣୀରେ ବନ୍ୟା ସ୍ଥିତି ନ ଥିବା ସ୍ପଷ୍ଟ କରିଛି ଜଳ ସମ୍ପଦ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଫ୍ଲଡ କଣ୍ଟ୍ରୋଲ ରୁମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ବନ୍ୟା ସ୍ଥିତି ନେଇ କରିଛନ୍ତି ସମୀକ୍ଷା । 
ସେପଟେ ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଫଳରେ ଆସନ୍ତାକାଲି ଠାରୁ ବର୍ଷା ବଢିବ । ଅଗଷ୍ଟ ୩ ଯାଏଁ ଲାଗି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲା କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ, ଯାଜପୁର , ଜଗତସିଂହପୁର କେନ୍ଦ୍ରାପଡା, କଟକରେ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The first flood | Argus News