Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ : ନେତାଙ୍କ ଛାତି ଧଡ଼ଧଡ଼

Odisha

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ : ନେତାଙ୍କ ଛାତି ଧଡ଼ଧଡ଼

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ : ନେତାଙ୍କ ଛାତି ଧଡ଼ଧଡ଼

ଅର୍ଗସ ବ୍ୟୁରୋ: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିପାଇଁ ସବୁ ଦଳର ନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ ହୋଇଛି। ଭୋଟର ମାନେ ଆଜି ସେମାନଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ମତଦାନ। ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି। 

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳାର ସହ ସମାପନ ପାଇଁ 17 ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ 107 କମ୍ପାନୀ ଅର୍ଦ୍ଧ ସମରିକ ବାହିନୀ ନିୟୋଜିତ ହୋଇଛନ୍ତି। 

6282ଟି ସ୍ଥାନରେରେ ରହିଥିବା 7298 ବୁଥ ସୁରକ୍ଷା ପାଇଁ 66 ପ୍ଲାଟୁନ ଓଡିଶା ପୋଲିସ ଆର୍ମ ପୋଲିସ ନିୟୋଜିତ ହେବେ । ଏହାସହ 6 ଶହ ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ କରାଯାଇଥିବା କହିଛନ୍ତି ଡିଜିପି । 10 ରୁ 12 ଟି ବୁଥକୁ ଗୋଟିଏ ମୋବାଇଲ ପାର୍ଟି କଭର କରିବ।  51ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ ସହ ସିସିଟିଭି ଜରିଆରେ ନଜର ରଖା ଯାଇଥିବା ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Sponsored
The first phase of voting | Argus News