Odisha News / ସାଇକେଲ ଯୋଗେ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

Key Points
FM ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା
ଏସବୁ କାଣ୍ଡ ନିଜେ ଭିଆଇଥିଲେ ପୀଡ଼ିତା
ଭାଇରାଲ ହେଉଛି ଭିଡ଼ିଓ
ସାଇକେଲ ଯୋଗେ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା
ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ୨୩ ଦିନ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଦୁଇଜଣ ଛାତ୍ରଙ୍କୁ ବିଳମ୍ୱିତ ରାତିରେ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଛାତ୍ରଦ୍ୱୟ ହେଲେ ଶୁଭ୍ରସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ପୀଡ଼ିତ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ ଏବଂ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଥିଲେ।
ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ସମ୍ୱେଦନଶୀଳ ମାମଲାର ବିଭିନ୍ନ ନିଗକୁ ତନ୍ନ ତନ୍ନ କରି ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଛାତ୍ରଙ୍କ ସଂପୃକ୍ତି ନେଇ ପ୍ରମାଣ ପାଇଥିବା କୁହାଯାଉଛି।
ବର୍ତ୍ତମାନ ଏହି ଘଟଣାରେ ନୂଆ ମୋଡ଼ ଆସିଛି। ଯାହା ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଁ। ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା। ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ମୃତ ଛାତ୍ରୀ ଜଣକ ।
ସାମ୍ନାକୁ ଆସିଲା ସାଇକେଲ ନେଇ ଯିବା ବେଳର ସିସିଟିଭି ଫୁଟେଜ୍। ନିଜେ ପେଟ୍ରୋଲ ଆଣି ନିଜ ଦେହରେ ଢ଼ାଳି ହୋଇ ଦିଆସିଲି ମାରିଦେଇଥିଲେ ଏଫ.ଏମ୍ ମୃତ ଛାତ୍ରୀ। ଅବଶ୍ୟ ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ନେଇ ପୋଲିସ ସେହି କଲେଜର ୨ ଜଣଙ୍କୁ ଗିରଫ କରିଛି। କିନ୍ତୁ ପେଟ୍ରୋଲକୁ ନେଇ ଯେଉଁ ସସପେନ୍ସ ଥିଲା ଏବେ ତା ଉପରୁ ପରଦା ଉଠିଛି। ମୃତ ଛାତ୍ରୀ ଜଣକ ନିଜେ ପେଟ୍ରୋଲ ଆଣି ନିଜ ଦେହରେ ନିଆଁ ଲଗାଇଥିବା ଘଟଣା ଏକ ପ୍ରକାର ସ୍ପଷ୍ଟ ହୋଇଛି। ।
ଜୁଲାଇ ୧୨ ତାରିଖର ଦିନ ୧୦ଟା ୪୪ ମିନିଟ୍ର ସିସିଟିଭି ଫୁଟେଜ୍ । ସିସିଟିଭି ଫୁଟେଜ୍କୁ ନେଇ କ୍ରାଇମବ୍ରାଞ୍ଚର ତନାଘନା । FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ସିସିଟିଭି ଫୁଟେଜ୍ । ନିଜେ ନିଜ ପାଇଁ ଗାତ ଖୋଳିଥିଲେ ପୀଡ଼ିତା। ଆଉ ଶେଷରେ ସେହି ଗାତରେ ହିଁ ନିଜର ଜୀବନ ଦେଇଦେଲେ। ଏଘଟଣାକୁ ନେଇ ରାଜ୍ୟରାଜନୀତି ସରଗରମ ହୋଇଥିଲା।
ବିରୋଧୀ ଭିନ୍ନ ଭିନ୍ନ ମୋଡ଼ ଦେଇ ଘଟଣାକୁ ତୀବ୍ର କରୁଥିଲେ। ବର୍ତ୍ତମାନ ଯେଉଁ ପ୍ରଶ୍ନ ଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ଏହା ପୂର୍ବରୁ ବିଏଡ ବିଭାଗ ମୁଖ୍ୟ ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ।
ସୂଚନାଯୋଗ୍ୟ, ଗତ ମାସ ୧୨ ତାରିଖରେ କଲେଜ ପରିସରରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
📱 Get Argus News App
✨Related Topics
Explore more stories