Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁୟାରୀ ମାସରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

Ritu Das
Browse all articles by Ritu Das
·1 year ago·2 min read
ଜାନୁୟାରୀ ମାସରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା ଯୋଜନାର ହିତାଧିକାରୀ ଓ ଆଶାୟୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ମହିଳା ପାଇବେ ବଡ଼ ଉପହାର । କାରଣ ଏହି ଗୋଟିଏ ବର୍ଷରେ 3-3 ଥର ମିଳିବ ସୁଭଦ୍ରା ଟଙ୍କା । ପ୍ରଥମେ ଜାନୁୟାରୀ ମାସରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ।


ତା' ପରେ ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଦ୍ବିତୀୟ କିସ୍ତି ଓ ରକ୍ଷାବନ୍ଧନରେ ମହିଳାଙ୍କୁ ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର । ଅର୍ଥାତ୍ 2025 ମସିହା ହେବ ସୁଭଦ୍ରା ବର୍ଷ। ଏବେ ସୁଦ୍ଧା 3ଟି ପର୍ଯ୍ୟାୟରେ 80 ଲକ୍ଷ ମହିଳା ପାଇ ସାରିଛନ୍ତି ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା। କୋଟିଏରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ପରେ ହୋଇଥିବା ଆବେଦନ ଓ ନାକଚ ହୋଇଥିବା ଆବେଦନ ଗୁଡ଼ିକ ଯାଞ୍ଚ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆଜି ସୁଦ୍ଧା ଫିଲ୍ଡ ସର୍ଭେ ସରିବ, ଜାନୁୟାରୀ ପ୍ରଥମ ସପ୍ତାହରେ ସାମ୍ନାକୁ ଆସିବ ସମ୍ପୂର୍ଣ୍ଣ ତଥ୍ୟ। ଆବେଦନ କରିଥିବା ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ଗୁରୁତ୍ବ ଦେଉଛନ୍ତି।


ସୁଭଦ୍ରା କେବଳ ଏକ ସରକାରୀ ଯୋଜନା ନୁହେଁ ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ବଡ଼ ଅସ୍ତ୍ର । ଯାହାର ପ୍ରମାଣ ହେଉଛି ମୟୂରଭଞ୍ଜ ସଦର ମହକୁମା ବାରିପଦା ସହର ୱାର୍ଡ ନଂ 20ର ଜ୍ୟୋସ୍ନା ଜେନାଙ୍କ ପରିବାର । ଜ୍ୟୋସ୍ନାଙ୍କ ପରିବାର ବଡ଼ । ତାଙ୍କ ସ୍ବାମୀଙ୍କର 4 ଭାଇ। ଅର୍ଥାତ୍ ପରିବାରରେ 18ରୁ 60 ବର୍ଷ ବୟସ ମଧ୍ୟରେ 5 ଜଣ ମହିଳା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେମାନଙ୍କ ମଧ୍ୟରୁ 4 ଜଣ ଯାଆ ଜ୍ୟୋସ୍ନା, ସୁମତି, ଲକ୍ଷ୍ମୀ ଓ ନର୍ମଦା ସୁଭଦ୍ରା ପ୍ରଥମ କିସ୍ତିରେ 5 ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି । ଅନ୍ୟ ଜଣେ ଯା' ରଶ୍ମିତା ଆବେଦନ କରିଥିବାବେଳେ ଚତୁର୍ଥ ପର୍ଯ୍ୟାୟରେ ପାଇବେ ବୋଲି ଆଶା ରଖିଛନ୍ତି । ଜ୍ୟୋସ୍ନା ସିଲେଇ କାମ କରିବା ସହ ବଡ଼ି ତିଆରି କରନ୍ତି, ସୁମତି ସ୍ବାମୀଙ୍କ ଗୁପଚୁପ୍ ବ୍ୟବସାୟରେ ସହାୟତା କରନ୍ତି, ଲକ୍ଷ୍ମୀ ଓ ନର୍ମଦା ଜଳଖିଆ ଦୋକାନ ଚଳାନ୍ତି । ସମସ୍ତଙ୍କ ପାଇଁ ସୁଭଦ୍ରା ଯୋଜନାରେ ମିଳିଥିବା ସହାୟତା କରିଛି ଅନେକ ସହାୟତା। ସୁଭଦ୍ରା ଯୋଜନାରେ ସର୍ବାଧିକ ଲାଭ ପାଇଥିବା ଆଉ ଏକ ପରିବାର ହେଉଛି ସେହି ବାରିପଦା ସହର ୱାର୍ଡ ନଂ 17 ରାମଚନ୍ଦ୍ରପୁରର ଜୟନ୍ତୀ ସେଠୀଙ୍କ ପରିବାର ।


ଜୟନ୍ତୀ ଓ ତାଙ୍କର 4 ଜଣ ଯା' କବିତା, ମଧୁସ୍ମିତା ଓ ନୀଳିମା ସେଠୀ ନୀଳିମା ସୁଭଦ୍ରା ଟଙ୍କାକୁ ସ୍ବାମୀଙ୍କ ବ୍ୟବସାୟରେ ବିନିଯୋଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଲେଖିଥିବା ଏକ ଆର୍ଟିକିଲ ରେ ଉଲ୍ଲେଖ କରିଥିଲେ ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଚ୍ଚ କରନ୍ତି, ଅର୍ଥନୀତି ପ୍ରାୟ ପ୍ରଭାବଶାଳୀ ହୋଇଥାଏ । ଏହାକୁ 'ମଲ୍ଟିପ୍ଲାୟର୍ ଇଫେକ୍ଟ' କୁହାଯାଏ । ଏହି ଅନୁସାରେ ଦେଖିଲେ, ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣ ପିଛା ମିଳୁଥିବା ବାର୍ଷିକ 10,000 ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ 50,000 ଟଙ୍କାର ଲାଭ ଦେବ । ସେହିପରି, 5 ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବ‌ହନ କରିବାକୁ ଯାଉଥିବା ମୋଟ 55,825 କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ 2.5 ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ ।

Sponsored
The fourth phase of Subhadra Yojana will be available in the month of January | Argus News