Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ବିଜେଡି ଦଲାଲ୍ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୋଲିଲା ବିଜେଡି ଦଲାଲ୍ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା

Key Points

ବରଗଡ଼ରେ ସାମ୍ନାକୁ ଆସିଲା ଛତୁଆ ବଣ୍ଟନ ମହା କେଳେଙ୍କାରୀ
ଖୋଲିଲା ବିଜେଡି ଦଲାଲ୍ ଓ ସରକାରୀ ଅଧିକାରୀ ମଧୁଚନ୍ଦ୍ରିକାର ଗୁମର
ଅଙ୍ଗନୱାଡ଼ିରେ ଖାଦ୍ୟ ଯୋଗାଣ ନାଁରେ କୁନି କୁନି ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ଠକେଇ
ଓଜନରେ ଘୋଟାଲା କରି ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ଲୁଟ୍


ଅଙ୍ଗନୱାଡ଼ିରେ ମିଳୁଥିବା ଛତୁଆ ଓ ସୁଜି ପ୍ୟାକେଟକୁ ଆପଣ କେବେ ଓଜନ କରିଛନ୍ତି କି ? ଏହି ପ୍ୟାକେଟ ଉପରେ ଥିବା ଲେଖା ଅନୁସାରେ ଏଥିରେ 2 କେଜି 200 ଗ୍ରାମ ଛତୁଆ ଅଛି । କିନ୍ତୁ ପ୍ରକୃତ ଓଜନ ଦେଖନ୍ତୁ, 2 କେଜି 168 ଗ୍ରାମ । ପଲିଥିନର ଓଜନ ବାଦ୍ ଦେଲେ ପ୍ରତି ପ୍ୟାକେଟରେ ଅଛି ପ୍ରିଣ୍ଟ ଓଜନଠାରୁ ପ୍ରାୟ 40ରୁ 50 ଗ୍ରାମ୍ କମ୍ ଛତୁଆ। ସୁଜି ପ୍ୟାକେଟରେ ବି ଚିତ୍ର ସମାନ । 40-50 ଗ୍ରାମ ଓଜନ ଆପଣଙ୍କୁ କମ୍ ଲାଗୁଥିବ, କିନ୍ତୁ ଏହି ପରିସଂଖ୍ୟାନ ଦେଖିଲେ ଆକଳନ କରିହେବ କେମିତି କମ୍ ଓଜନର ସାମଗ୍ରୀ ଦେଇ କରାଯାଉଛି ମହାଲୁଟ୍ ।

କେବଳ ମାର୍ଚ୍ଚ ମାସରେ ବରଗଡ଼ ଜିଲ୍ଲାରେ ବଣ୍ଟାଯାଇଛି 1 ଲକ୍ଷ 22 ହଜାର ପ୍ୟାକେଟରୁ ଅଧିକ ଛତୁଆ ଓ ସୁଜି । ପ୍ୟାକେଟରେ 2 କେଜି 200 ଗ୍ରାମ ଓଜନର ସାମଗ୍ରୀ ଥିବା ଦର୍ଶାଇ ସରକାରଙ୍କଠାରୁ ବିଲ୍ ଉଠାଯାଉଛି। କିନ୍ତୁ ପ୍ରତି ପ୍ୟାକେଟରେ 50 ଗ୍ରାମ କମ୍ ହେଲେ ପ୍ରତି ମାସ କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଟ୍। ଅଭିଯୋଗ ଏହି ମହାଲୁଟରେ ଉପରୁ ତଳ ସମସ୍ତେ ସାମିଲ୍।

ବିଜେଡି ଶାସନରେ ସ୍ଥାନୀୟ ଶଙ୍ଖ ଦଳର ଦଲାଲ୍ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଯେଉଁ ଛତୁଆ କେଳେଙ୍କାରୀ ଚାଲିଥିଲା ତାହା ଏବେ ବି ଜାରି ରହିଛି। 2011 ମସିହାରୁ ବରଗଡ଼ ଜିଲ୍ଲାରେ ଛତୁଆ ବଣ୍ଟନ ପାଇଁ 19ଟି SHGଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେଥିମଧ୍ୟରୁ ଅଧିକାଂଶ ଏଯାଏଁ ଏହି କାମରେ ଲାଗି ରହିଛନ୍ତି। ନିୟମ ଅନୁସାରେ ପ୍ୟାକେଜିଂ ଓ ଓଜନ ସମୟରେ ବିଭାଗୀୟ ଅଧିକାରୀ, ସିଡିପିଓ କିମ୍ବା ସପ୍ଲାଏ ଇନ୍ସପେକ୍ଟର ଉପସ୍ଥିତ ରହନ୍ତି। ଅର୍ଥାତ୍ ଏମାନଙ୍କ ଜାଣତରେ ଓଜନରେ ଘୋଟାଲା କରି ଚାଲିଛି ଲୁଟ୍ ।

ଇଏ ଗତ ଅକ୍ଟୋବର ମାସର ଏହି ଭିଡିଓ । ଭେଡେନ୍ ବ୍ଲକ୍ ବଡ଼ପିପିଲିପାଲି ମହାଲକ୍ଷ୍ମୀ ଏସଏଚଜି ପ୍ରସ୍ତୁତ କରିଥିବା ଏହି ଛତୁଆ ଗର୍ଭବତୀ ଓ ଶିଶୁଙ୍କୁ ଦିଆଯାଉଥିଲା। ଯେଉଁଥିରେ ପୋକ ସାଲୁବାଲୁ ହେଉଥିଲେ। ଖୋଦ୍ ବରଗଡ଼ ସାଂସଦ ବି ଜିଲ୍ଲାରେ ଦିଆଯାଉଥିବା ଛତୁଆର ମାନ ନେଇ ଅଧିକାରୀଙ୍କ ଉପରେ ବର୍ଷିସାରିଛନ୍ତି। କିନ୍ତୁ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ। ବରଗଡ଼ର ଘୋଟାଲା ତ ସମୁଦ୍ରରୁ ଶଙ୍ଖେ। ସାରା ରାଜ୍ୟରେ ଅଙ୍ଗନୱାଡ଼ି ଖାଦ୍ୟ ଯୋଗାଣ ନାଁରେ ଯେଉଁ କୋଟି କୋଟି ଟଙ୍କା ଲୁଟ୍ ହେଉଛି ସେଥିରେ ମାଲାମାଲ୍ ହେଉଛନ୍ତି ବିଜେଡିର ଦଲାଲ୍। ଏ କେଳେଙ୍କାରୀ ବନ୍ଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-friendship-between-bjd-brokers-and-government-officials-has-begun | Argus News