Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବଜୀୟୁଙ୍କ ପୀଠରୁ ଆସିଛି ଫଳଭାର

Ritu Das
Browse all articles by Ritu Das
·1 year ago·1 min read
ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବଜୀୟୁଙ୍କ ପୀଠରୁ ଆସିଛି ଫଳଭାର

Key Points

ଆଜି ଅଣସର ଏକାଦଶୀରେ ଦଶମୂଳମୋଦକ ଲାଗି ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବଜୀୟୁଙ୍କ ପୀଠରୁ ଶ୍ରୀଜୀଉଙ୍କ ପାଇଁ ଆସିଛି ଅଣସର ଫଳଭାର ।ପାରମ୍ପରିକ ପଦ୍ଧତିରେ ଅଣସର ଭାରକୁ ଶ୍ରୀକ୍ଷେତ୍ରକୁ ନେଇ ଆସିଛନ୍ତି ନିଆଳି ଅଞ୍ଚଳର ପ୍ରତିନିଧି। ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଗୁପ୍ତ ସେବା। ଏ ସମୟରେ ଶ୍ରୀଜୀଉଙ୍କ ପାଖରେ ବିଭିନ୍ନ ପ୍ରକାର ଫଳମୂଳ ଭୋଗ ହେବା ସହ ଚକଟା ଭୋଗ ଅନୁଷ୍ଠିତ ହେଉଅଛି


ମହାପ୍ରଭୁଙ୍କ ନିମନ୍ତେ ଅଣସର ଫଳଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବଜୀୟୁଙ୍କ ପୀଠରୁ ଶ୍ରୀଜୀଉଙ୍କ ପାଇଁ ଆସିଛି ଅଣସର ଫଳଭାର ।ପାରମ୍ପରିକ ପଦ୍ଧତିରେ ଅଣସର ଭାରକୁ ଶ୍ରୀକ୍ଷେତ୍ରକୁ ନେଇ ଆସିଛନ୍ତି ନିଆଳି ଅଞ୍ଚଳର ପ୍ରତିନିଧି। ଅଣସର ପିଣ୍ଡିରେ ଚାଲିଛି ଶ୍ରୀଜୀଉଙ୍କ ଜ୍ୱର ଉପଚାର। ଜ୍ୱରରେ ପୀଡିତ ଚତୃର୍ଦ୍ଧାବିଗ୍ରହଙ୍କୁ ସୁସ୍ଥ କରିବା ପାଈଁ ଦଇତା ପତି ସେବାୟତ କରୁଛନ୍ତି ଗୁପ୍ତ ସେବା। ଏ ସମୟରେ ଶ୍ରୀଜୀଉଙ୍କ ପାଖରେ ବିଭିନ୍ନ ପ୍ରକାର ଫଳମୂଳ ଭୋଗ ହେବା ସହ ଚକଟା ଭୋଗ ଅନୁଷ୍ଠିତ ହେଉଅଛି l


ଏହି ଅଣସର ଫଳ ଭାରରେ ଭକ୍ତମାନେ ନିଜ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି, ଖଜୁରୀ ଭଳି ବିଭିନ୍ନ ପ୍ରକାର ଫଳ ତୁଳସୀ ଓ ପଦ୍ମଫୁଲକୁ ପ୍ରଦାନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored