Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରାକ ଶିକ୍ଷାରୁ ବଞ୍ଚିତ ଦୁର୍ଗମର ଭବିଷ୍ୟତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରାକ ଶିକ୍ଷାରୁ ବଞ୍ଚିତ ଦୁର୍ଗମର ଭବିଷ୍ୟତ

ଶିକ୍ଷକଙ୍କ ମନମୁଖୀ କାମ ପାଇଁ ଅନ୍ଧାର ଆଡକୁ ଠେଲି ହୋଇଯାଉଛି ଦୁର୍ଗମ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପ୍ରାକ ଶିକ୍ଷାର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲାରେ । ମୟୁରଭଞ୍ଜ ବଡବିଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପ୍ରତ୍ୟକ ଦିନ ଏଗାରଟାରେ ଆସନ୍ତି ଏବଂ ଦିନ ଦୁଇଟାରେ ସ୍କୁଲ ଛୁଟି କରିଥାନ୍ତି ବୋଲି ଖବର ଦେଇଥିଲେ ଗ୍ରାମବାସୀ।

ଅଭିଯୋଗ ଅନୁସାରେ ଆମ ପ୍ରତିନିଧି ଏହି ବିଦ୍ୟାଳୟରେ ଯାଇ ପହଞ୍ଚି ଥିବା ବେଳେ ଗ୍ରାମବାସୀଙ୍କ କଥା ପୁରା ସତ ବୋଲି ସାମ୍ନାକୁ ଆସିଥିଲା। ଦିନ ୧୧ଟାରେ ଖୋଲିଲା ସ୍କୁଲ। ତେବେ କାହିଁକି ସ୍କୁଲ ଖୋଲାରେ ଏତେ ବିଳମ୍ବ ହେଉଛି ସେ ନେଇ ପ୍ରଶ୍ନ କରିବାରୁ ଉତ୍ତର ଥିଲେ କିଛି ଏଭଳି । ବିଦ୍ୟାଳୟରେ ଭିତ୍ତିଭୂମିର ଘୋର ଅଭାବ | ବିଦ୍ୟାଳୟ ରେ ନାହିଁ ପାନୀୟ ଜଳ ସୁବିଧା, ନାହିଁ ରୋଷେଇ ଘର, ନାହିଁ ଶୌଚାଳୟ କି ଖେଳ ପଡ଼ିଆ। ଭିତ୍ତିଭୂମି ନାଁରେ ଅଛି କେବଳ ଗୋଟିଏ ଶ୍ରେଣୀଗୃହ ଓ ପାଠପଢାଇବା ପାଇଁ ଅଛନ୍ତି ଜଣେ ଶିକ୍ଷକ !

ସେବି ତାଙ୍କ ମନଇଚ୍ଛା ଆସନ୍ତି ଯାଆନ୍ତି। ଏହି ଅଭାବନୀୟ ଚିତ୍ରକୁ ନେଇ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ତଦନ୍ତ ପରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ସରକାର ଦୁର୍ଗମରେ ରହୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ଥବରେ ସ୍ଥିତି ଅଲଗା। ଏହାର ବାସ୍ତବତା ବଖାଣୁଛି ଏହି ଚିତ୍ର | ଭିତ୍ତିଭୂମୀ ସମସ୍ୟା ସହ ଶିକ୍ଷକ ସମସ୍ୟା ଉପାନ୍ତରେ ସାଜିଛି ଚିନ୍ତାର କାରଣ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-future-of-the-poor-deprived-of-early-education | Argus News