Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶେଷ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ଶେଷ ହୋଇଛି ସାଧାରଣ ନିର୍ବାଚନ

Odisha

ଶେଷ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ଶେଷ ହୋଇଛି ସାଧାରଣ ନିର୍ବାଚନ

Ritu Das
Browse all articles by Ritu Das
·2 years ago·2 min read
ଶେଷ ପର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ଶେଷ ହୋଇଛି ସାଧାରଣ ନିର୍ବାଚନ

ଅର୍ଗସ ବ୍ୟୁରୋ: ଶେଷ ହୋଇଛି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଗଣତନ୍ତ୍ରର ଏହି ମହାପର୍ବରେ ବହୁ ସଂଖ୍ୟାରେ ଭୋଟର ସାମିଲ ହୋଇ ମତ ସାବ୍ୟସ୍ତ କରିବା ସହ ବାଛିଛନ୍ତି ନିଜ ମନ ପସନ୍ଦର ନେତା । ଭୋଟ ଦେବା ପାଇଁ ଆଜି ସକାଳ ପହରୁ ହିଁ ଲୋକଙ୍କ ଭିତରେ ଉତ୍ସାହ ବାରି ହୋଇ ପଡ଼ିଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ବେ ଲମ୍ବା ଲାଇନରେ ରହି ଲୋକ ଭୋଟ ଦେଇଥିଲେ । ନୂଆ ଭୋଟରଙ୍କ ଠୁ ନେଇ ବୟସ୍କ ଭୋଟର ସମସ୍ତେ ଉତ୍ସାହର ସହ କରିଥିଲେ ଭୋଟିଂ। 

ସେପଟେ ତିନୋଟି ପର୍ଯ୍ୟାୟ ତୁଳନାରେ ଶେଷ ପର୍ଯ୍ୟାୟରେ ମତଦାନ ପ୍ରତିଶତର ସବୁ ରେକର୍ଡ ଭାଙ୍ଗିଛି । ପ୍ରାୟ ୭୮ ପ୍ରତିଶତ ମତଦାନ ସହ ସବୁଠୁ ଅଧିକ ଭୋଟିଂ ହୋଇଛି ଏହି ଶେଷ ପର୍ଯ୍ୟାୟ ନିର୍ବାଚନରେ । ଯାହାକୁ ନେଇ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । 

ଅନ୍ୟପଟେ ନିର୍ବାଚନ ଶେଷ ହେବା ସହ ଇଭିଏମ ରେ ସିଲ ହୋଇଛି ଅନେକ ହେଭିୱେଟଙ୍କ ଭାଗ୍ୟ । ଯେମିତିକି ବାଲେଶ୍ଵର ଲୋକସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ସିଲ ହୋଇଛି । ସେହିପରି ମୟୂରଭଞ୍ଜ ଲୋକସଭାରେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ନବଚରଣ ମାଝୀ ଏବଂ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଭାଗ୍ୟ ବି ସିଲ ହୋଇଛି । ସେହିପରି କେନ୍ଦ୍ରାପଡା ଲୋକସଭାରେ ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡା ଏବଂ ବିଜେଡି ପ୍ରାର୍ଥୀ  ଅଂଶୁମାନ ମହାନ୍ତି ଭାଗ୍ୟ ପରୀକ୍ଷା ଦେଇଛନ୍ତି। ଏହିପରି ଅନେକ ହେଭିୱେଟ ନିଜ ଭାଗ୍ୟ ପରୀକ୍ଷା ଦେଇ ଫଳାଫଳକୁ ଅପେକ୍ଷା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୭୩, ୭୩, ୭୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ୭୮ ପ୍ରତିଶତ ମତଦାନ ହୋଇଛି । ଯାହାକି ସର୍ବକାଳୀନ ରେକର୍ଡ। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Painting
Sponsored
The general election | Argus News