Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଆଖି ସାମ୍ନାରେ ଲୁଟି ନେଲେ ସୁନା ଚେନ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆଖି ସାମ୍ନାରେ ଲୁଟି ନେଲେ ସୁନା ଚେନ 

 ଭଦ୍ରକ:  ଆଖି ସାମ୍ନାରେ ଲୁଟ୍‌। ଜାଣିପାରିଲେନି  ସୁନା ଦୋକାନୀ। ଟିକେ ଏହି ସିସିଟିଭି ଭିଡିଓକୁ ଦେଖନ୍ତୁ। କେମିତି ଆଉ କେତେ ସାହାସରେ ସମସ୍ତଙ୍କ ସାମ୍ନାରେ ଲୁଟିନେଲେ ସୁନା ।  ଗ୍ରାହକ ବେଶରେ ଆସି ସୁନା ଦୋକାନରୁ 6ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାଚେନ ଲୁଟିନେଲେ ଦୁବୃର୍ତ୍ତ । ସିସି କ୍ୟାମେରାରେ କଏଦ ହେଲା   ଲୁଟ ବେଳର ଦୃଶ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବଜାରରେ । ବାସୁଦେବପୁର ବଜାରରେ ଥିବା ପିକେ ଜୁଏଲାର୍ସ ରୁ ଦ୍ୱିପ୍ରହର ସମୟରେ ଦୋକାନରେ ପିଲାମାନେ ଥିବାବେଳେ ଗ୍ରାହକ ବେଶରେ ଆସି 2ଜଣ ଯୁବକ 12ଟି ସୁନା ଚେନ ଲୁଟି ନେଇଛନ୍ତି । 

 ଯାହାର ଆନୁମାନିକ ମୂଲ୍ୟ 6ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଦୋକାନକୁ ଆସି ଜିନିଷ ଦେଖାଇବା ସମୟରେ ଦୋକାନର ଡ୍ର ଭିତରୁ ଅତି ଚାଲାକି ଭାବେ ପ୍ୟାକେଟ ଭିତରେ ଥିବା 12ଟି ସୁନା ଚେନ ଲୁଟି ନେଇଥିଲେ । ସେତେବେଳେ ଦୋକାନରେ ଥିବା ପିଲା କିଛି ଜାଣିପାରିନଥିଲା । ପରବର୍ତୀ ମୁହୂର୍ତ୍ତରେ ଡ୍ର ଭିତରେ ଚେନ ନଥିବାର ଦେଖିଥିଲେ ।  ପରେ ସିସି ଫୁଟେଜ କୁ ଯାଞ୍ଚ ପରେ ଏହି ଦୁଇ ଜଣ ଯୁବକ ଲୁଟିନେଇଥିବା ଦେଖାଯାଉଛି । ଖବର ପାଇ ବାସୁଦେବପୁର ପୋଲିସ ପହଂଚି ସିସି ଫୁଟେଜ କୁ ଯାଞ୍ଚ କରି ତଦନ୍ତ କରୁଛି । 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The gold chain was looted in front of his eyes | Argus News