ନିଜ ଗୁଣ୍ଡା ବାହିନୀଙ୍କ ସୁରକ୍ଷାରେ ବିଜେଡି ବିଧାୟକ

ଭୁବନେଶ୍ୱର: ନିଜ ଗୁଣ୍ଡା ବାହିନୀଙ୍କ ସୁରକ୍ଷାରେ ବିଜେଡି ବିଧାୟକ ସମୀର ଦାଶ। ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ନେଇ ଜୋରଦାର ପ୍ରତିବାଦ ପରେ ଗୋପ ପୋଲିସ ଏଫଆଇଆର ରୁଜ୍ଜୁ କରିଛି, ସଂଗୀନ ଦଫା ଲଗାଇଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ହୋଇ ବସିପଡ଼ିଛି।ମନଦୀପ ପାଇକରାୟ-ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ । ଦେବାଶିଷ ସାହୁ -ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ। ଆଦୀପ୍ ଶେଖ୍-ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ
ନରେଶ୍ ପ୍ରଧାନ-ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ
ଦିବ୍ୟସିଂହ ଜେନା-ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ
ମିଲୁ ସେନାପତି-ଦଫା 307, ଆର୍ମସ ଆକ୍ଟ 25, ଆର୍ମସ ଆକ୍ସ 27, ଏସସି-ଏସଟି ଆଟ୍ରୋସିଟିଜ୍ ଆକ୍ଟ
ଶନିବାର ନିମାପଡା ଗୋପ ଏରବଙ୍ଗ ପଂଚାୟତରେ ସମୀରଙ୍କ ଗୁଣ୍ଡା ବାହିନୀର ଗୁଣ୍ଡା ଗର୍ଦ୍ଦି। ଗୋପ ଥାନା ଆଗରେ ବିଜେପିର ଧାରଣା ପରେ ବିଳମ୍ବିତ ରାତିରେ ଏଫଆଇଆର ରୁଜ୍ଜୁ କରିଛି ଗୋପ ପୋଲିସ। ଲଗାଇଛି ସଂଗୀନ ଦଫା। ହେଲେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ । ସମୀର ଦାଶଙ୍କ ଉପସ୍ଥିତିରେ ତାଙ୍କ ପିଲା ଓ ବିଜେଡି ନେତା ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ କରିଛନ୍ତି ମରଣାନ୍ତକ ଆକ୍ରମଣ । ସେପଟେ ପୋଲିସ ଗିରଫ ନ କରି ସେମାନଙ୍କୁ ଖସାଇ ଦେଇଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ ବିତଣ୍ଡା ଯୁକ୍ତି କରି ସମୟ ମାଗୁଛି ଗୋପ ପୋଲିସ। ନିମାପଡା ଗୋପରେ ଦେବାଶିଷ, ଆଦୀପ୍, ମନଦୀପଙ୍କ ଆତଙ୍କ। ଗୁଣ୍ଡାଗର୍ଦ୍ଦି ମାରପିଟର ଅନେକ ସଂଗୀନ ଅଭିଯୋଗ ଏମାନଙ୍କ ନାଁରେ। ସାମ୍ବାଦିକଙ୍କ ଉପରେ ଆକ୍ରମଣ, ମହିଳା ନେତ୍ରୀଙ୍କ ଗାଡି ଭାଙ୍ଗିବା ସହ ଦୁବ୍ୟବହାର ଓ ଧମକ ଏମିତି ଅନେତ ଅଭିଯୋଗ ଗୋପ ଥାନାରେ। ହେଲେ ପୋଲିସ ନେଉନାହିଁ ଆକସନ୍ । ଫଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାକୁ ସାହସ ପାଉଛନ୍ତି ସମୀରଙ୍କ ଗୁଣ୍ଡା ବାହିନୀ।