Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାର କରିଛନ୍ତି ଚୁକ୍ତି, ପିଲାଙ୍କ ବଙ୍କା ପାଦର ହେବ ମାଗଣା ଚିକିତ୍ସା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସରକାର କରିଛନ୍ତି ଚୁକ୍ତି, ପିଲାଙ୍କ ବଙ୍କା ପାଦର ହେବ ମାଗଣା ଚିକିତ୍ସା !

ଏଣିକି ଦିବ୍ୟାଙ୍ଗ ଶିଶୁଙ୍କର ହେବ ମାଗଣା ଚିକିତ୍ସା । ଏଥିପାଇଁ ସରକାର କରିଛନ୍ତି ଚୁକ୍ତି । ଏକ ଘରୋଇ କମ୍ପାନୀ ସହ ରାଜ୍ୟ ସରକାର ଏନେଇ MOU ସ୍ୱାକ୍ଷର କରିଛନ୍ତି । ସେହି କମ୍ପାନୀ ଦିବ୍ୟାଙ୍ଗ ଶିଶୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ । ଶିଶୁଙ୍କ କ୍ଲବ୍ ଫୁଟ୍ ବା ବଙ୍କା ପାଦର ସଫଳ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସହ Cure International India Trustର MOU। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଶିଶୁ ପାଦର ଜନ୍ମଜାତ ବଙ୍କାପଣ ବିନା ଅସ୍ତ୍ରୋପଚାରରେ ଚିକିତ୍ସା କରାଯାଉଛି।

ସାଧାରଣତଃ ଦୁଇଟି ପଦ୍ଧତିରେ ଏହି ଚିକିତ୍ସା କରାଯାଏ। ପ୍ଲାଷ୍ଟର ସାହାଯ୍ୟରେ ଏବଂ ଅନ୍ୟଟି ବିଶେଷ ଯୋତା, ଯାହାକୁ ପାଞ୍ଚ ବର୍ଷ ପିନ୍ଧିବାକୁ ପଡ଼ିଥାଏ। ବର୍ତ୍ତମାନ ସୁଦ୍ଧା ୬୪୮୯ ଜଣ ଶିଶୁଙ୍କ ଚିକିତ୍ସା ଚାଲିଛି। ଏହି ଚିକିତ୍ସା ପାଇଁ ଚାରିରୁ ପାଞ୍ଚ ସପ୍ତାହ ଲାଗୁଛି। Cure International India ସଂସ୍ଥା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛି।

ରାଜ୍ୟରେ ବର୍ଷକୁ ୬୦୦ କ୍ଲବ୍ ଫୁଟ୍ ରୋଗୀ ଚିହ୍ନଟ ହେଉଛନ୍ତି। ସବୁ ଜିଲ୍ଲାରେ ଏନେଇ କାଉନସେଲିଂ ସେଣ୍ଟର ସହ ଆଶା ଦିଦି ଓ ଅଙ୍ଗନୱାଡି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ତେବେ ଅନେକଙ୍କଠାରେ ଆମେ ବଙ୍କା ପାଦ ଦେଖିଥାଉ। ଡାକ୍ତରୀ ଭାଷାରେ ଏହାକୁ କ୍ଲବ୍ ଫୁଟ୍ କୁହାଯାଏ। ଆପଣଙ୍କୁ ଜାଣିବା ଦରକାର କି, ଏହାର ସଫଳ ଚିକିତ୍ସା ସମ୍ଭବ। ପିଲା ଦିନରୁ ଏହାର ଚିକିତ୍ସା କରାଇନେବା ଦରକାର। ଫଳରେ ବଙ୍କା ପାଦ ଅତି ସହଜରେ ସିଧା ହୋଇଯାଏ। ସଚତନତା ଅଭାବରୁ ଶିଶୁଙ୍କ ନିକଟରେ ଏହି ରୋଗ ଦେଖାଦେଉଥିବାରୁ ମାର୍ଚ୍ଚକୁ ସଚେତନତା ମାସ ଭାବେ ପାଳନ କରୁଛି ଅର୍ଥୋପେଡିକ ବିଭାଗ । ସଚେତନତା ଅଭାବରୁ ଓ ଚିକିତ୍ସାରେ ବିଳମ୍ବ ଯୋଗୁଁ ଶିଶୁମାନେ ଏପରି ରୋଗରେ ଆକ୍ରାନ୍ତ ହୁଅନ୍ତି । ବୟସ ଅତିକ୍ରମ କରିଗଲେ ସାରା ଜୀବନ ଭୋଗିବାକୁ ହୁଏ ଯନ୍ତ୍ରଣା । ସାଧାରଣତଃ ଏହାର ଚିକିତ୍ସା ପାଇଁ ୨୫ ହଜାରରୁ ଏକଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ବକ୍ରପାଦ ଏକ ଜନ୍ମଗତ ଶାରୀରିକ ସମସ୍ୟା । ଗୋଡ଼ର ଅସ୍ଥିକୁ ସଂଯୋଗ କରିଥିବା ମାଂସପେଶୀରେ କୋଷ କମ ରହିଲେ ଏଭଳି ସମସ୍ୟା ଦେଖାଦିଏ । କିଛି ଶିଶୁଙ୍କ ଗୋଟିଏ ଗୋଡ଼ ବଙ୍କା ଥିବା ବେଳେ ଅନ୍ୟ କିଛି ଶିଶୁଙ୍କର ଉଭୟ ଗୋଡ଼ ବଙ୍କା ରହିଥାଏ । ଭାରତରେ ୫୦ ହଜାର ଶିଶୁଙ୍କ ନିକଟରେ ଏପରି ଲକ୍ଷଣ ଦେଖିବାକୁ ମିଳିଥାଏ । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ DIC ରହିଛି । ନବଜାତ ଶିଶୁଙ୍କ ଏହି ଲକ୍ଷଣ ଦେଖାଦେଲେ ସେହି କେନ୍ଦ୍ରରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government has signed an agreement, free treatment for children's clubfoot! | Argus News