Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିଛି ସରକାର... ବଦଳିଛି ଆଭିମୁଖ୍ୟ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଦଳିଛି ସରକାର... ବଦଳିଛି ଆଭିମୁଖ୍ୟ !

Key Points

ଇତିଶ୍ରୀ ପ୍ରଧାନ, ଟିକିରି, ୨୦୧୩ ।

ମିନାକ୍ଷୀ ମିଶ୍ର, ବ୍ରହ୍ମପୁର, ୨୦୨୦ ।

ମିନାକ୍ଷୀ ମିଶ୍ର, ବ୍ରହ୍ମପୁର, ୨୦୨୦ ।


ବଦଳିଛି ସରକାର ବଦଳିଛି ଆଭିମୁଖ୍ୟ । ଟିକିରିରୁ କୁନ୍ଦୁଲି, ବ୍ରହ୍ମପୁରରୁ ବାଲେଶ୍ୱର । କେଉଁଠି ହତ୍ୟା, କେଉଁଠି ଆତ୍ମହତ୍ୟା ତ ଆଉ କେଉଁଠି ଆତ୍ମାହୁତି । ପୁର୍ବ ଘଟଣାଗୁଡ଼ିକରେ ତତକାଳୀନ ସରକାରଙ୍କ ଥିଲା ନୋ ରିଆକସନ୍ । ଏବେ ବାଲେଶ୍ୱର ଘଟଣାରେ ହେଲା ତୁରନ୍ତ ଆକସନ୍ ।

ଇତିଶ୍ରୀ ପ୍ରଧାନ, ଟିକିରି, ୨୦୧୩ । ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ସ୍କୁଲ ହେଷ୍ଟଲ ଭିତରେ ହତ୍ୟାର ଶିକାର ହେଲେ। ମୃତ୍ୟୁ ପୂର୍ବରୁ ତାଙ୍କୁ ପୋଡି ମାରି ଦିଆଯାଇଥିବାର ଅଭିଯୋଗ ବି ଆଣିଥିଲେ । ନିର୍ଯାତନାର ଶିକାର ଇତିଶ୍ରୀଙ୍କ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିନଥିଲେ ତାଙ୍କ କଥା। ଶେଷରେ ତାଙ୍କୁ ହତ୍ୟା କରାଗଲା ।

କୁନ୍ଦୁଲି, ୨୦୧୮ । କୋରାପୁଟ କୁନ୍ଦୁଲିରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେଲେ । ବିଜେଡି ସରକାର ଘଣ୍ଟ ଘୋଡାଇଲେ। ନ୍ୟାୟ ମିଳିଲାନି। ନିରାଶ ହୋଇ ଶେଷରେ ଆତ୍ମହତ୍ୟା କଲେ ପିଡୀତା ।

ମିନାକ୍ଷୀ ମିଶ୍ର, ବ୍ରହ୍ମପୁର, ୨୦୨୦ । ୨୦୨୦ରେ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର କିରୋସିନ ଢାଳି କରିଥିଲେ ଆତ୍ମାହୂତି ଉଦ୍ୟମ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମିଛ କେସରେ ତାଙ୍କ ପୁଅକୁ ଗିରଫ କାରଯାଇଥିବା ଅଭିଯୋଗ କରିଥିଲେ ମିନାକ୍ଷୀ। ବିଜେଡି ସରକାରରେ ନ୍ୟାୟ ନପାଇ ଆତ୍ମାହୂତି ଦେଇଦେଲେ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ମିନାକ୍ଷୀ ମିଶ୍ର ।

ଖାଲି ଏତିକି ନୁହେଁ ଚିକିତ୍ସା ନପାଇ ଆତ୍ମହତ୍ୟା କରିଦେଇଥିଲେ କୁଜଙ୍ଗର ଦୁଷ୍ମନ୍ତ । ବାଲେଶ୍ବର ଘଟଣା ପରେ ତୁରନ୍ତ ଆକସନ୍ ନେଇଛନ୍ତି ସରକାର । ଅଭିଯୁକ୍ତ ଗିରଫ ହୋଇଛନ୍ତି । କିନ୍ତୁ ପୂର୍ବ ସରକାରରେ ପରୀ, ମମିତା, ବେବିନା, ମାଧବୀଲତା, ସ୍ମିତାରାଣୀ ଏମିତି ଅନେକ ମାମଲାରେ ପୂର୍ବ ବିଜେଡି ସରକାର ଘଣ୍ଟ ଘୋଡାଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଘଟଣାରେ ଦୁଇ ଜଣ ଗିରଫ ସହ ତନାଘନା ଚଲାଇଛି କ୍ରାଇମବ୍ରାଞ୍ଚ ଓ ଉଚ୍ଚସ୍ତରୀୟ ତଦନ୍ତ କମିଟି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government has taken immediate action after the Balasore incident. | Argus News