Mining / ସରକାର କରୁଛନ୍ତି ନୂଆ ପ୍ଲାନ୍, କାହାକୁ ଦିଆଯିବ ଖଣି ?

Key Points
ଖଣି ନିଲାମ ପାଇଁ ବଡ଼ ବୈଠକ ଡାକିଲେ ରାଜ୍ୟ ସରକାର । ଜାନୁଆରୀ ୩ ତାରିଖ ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି । ପ୍ରସ୍ତାବିତ ଖଣି ବ୍ଲକ୍ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରାଯିବ ।
ଓଡ଼ିଶାର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଦ୍ୱାରା ଡିଓଏମ୍ଜି, ଓଏମ୍ସି, ଜିଏସ୍ଆଇ ଏବଂ ଏମ୍ଇସିଏଲ୍ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ପ୍ରମୁଖ ଖଣି ବ୍ଲକ୍ମାନଙ୍କ ଏବଂ କ୍ରିଟିକାଲ୍ ଓ ଷ୍ଟ୍ରାଟେଜିକ୍ ଖଣି ବ୍ଲକ୍ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମ୍ସି ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜିଏସ୍ଟି, ଏମ୍ଇସିଏଲ୍ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଏବଂ ଆଇବିଏମ୍ର ରିଜିଓନାଲ୍ କଣ୍ଟ୍ରୋଲର ଅଫ୍ ମାଇନ୍ସଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।