Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ହିତାଧିକାରୀଙ୍କୁ ଠିକ୍ ସମୟରେ ପିଡିଏସ୍ ଚାଉଳ ଯୋଗାଇବା ନେଇ ସରକାର ତତ୍ପର

Odisha

ହିତାଧିକାରୀଙ୍କୁ ଠିକ୍ ସମୟରେ ପିଡିଏସ୍ ଚାଉଳ ଯୋଗାଇବା ନେଇ ସରକାର ତତ୍ପର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହିତାଧିକାରୀଙ୍କୁ ଠିକ୍ ସମୟରେ ପିଡିଏସ୍ ଚାଉଳ ଯୋଗାଇବା ନେଇ ସରକାର ତତ୍ପର

Key Points

  • ହିତାଧିକାରୀଙ୍କୁ ଠିକ୍ ସମୟରେ ପିଡିଏସ୍ ଚାଉଳ ଯୋଗାଇବା ନେଇ ସରକାର ତତ୍ପର
  • ୩ ମାସର ଆଗୁଆ ଚାଉଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ପରେ ଦେଲେ ଜୋର
  • ମନ୍ତ୍ରୀ କହିଲେ କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁର କାରଣ ନୁହେଁ ଚାଉଳ ଅଭାବ 
  • ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ବିଜେଡିକୁ ବିଜେପିର କଡ଼ା ଜବାବ

ଅର୍ଗସ ବ୍ୟୁରୋ:  କନ୍ଧମାଳରେ ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁର କାରଣ ନୁହେଁ ଚାଉଳ ଅଭାବ। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆମ୍ବ ଟକୁଆ ଖାଇବା ସେମାନଙ୍କର ପାରମ୍ପରିକ ଅଭ୍ୟାସ। ସେଥିପାଇଁ ଏଭଳି ଘଟୁଥିବା କହିଛନ୍ତି ମନ୍ତ୍ରୀ। ସେପଟେ ହିତାଧିକାରୀଙ୍କ ପାଖରେ ଠିକ୍ ସମୟରେ ପିଡିଏସ୍ ଚାଉଳ ପହଞ୍ଚାଇବା ଉପରେ ରାଜ୍ୟ ସରକାର ଦେଇଛନ୍ତି ଗୁରୁତ୍ବ। ଖୁବଶୀଘ୍ର ସବୁ ହିତାଧିକାରୀଙ୍କ ପାଖରେ ୧୫ କେଜି ଲେଖାଏଁ ୩ ମାସର ଚାଉଳ ଆଗୁଆ ହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ଏଥିସହ ଇ ଶ୍ରମିକ ଭାବେ ପଞ୍ଜିକୃକ ହୋଇଥିବା ସବୁ ଶ୍ରମିକଙ୍କ ପାଖରେ ଚାଉଳ ପହଞ୍ଚାଇବାକୁ ସରକାର ହୋଇଛନ୍ତି ତତ୍ପର। ବାଦ ପଡ଼ିଥିବା୧. ୩୧ ଲକ୍ଷ ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ।

କନ୍ଧମାଳ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି। ଏଥିସହ ଆମ୍ବ ଟାକୁଆ ଜାଉ ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ମୁଖ୍ୟ ବିରୋଧୀ ଦଳ। ଏହାର ଏହାର କଡ଼ା ଜବାବ ରଖିଛି ବିଜେପି। ବିଜେଡି ସରକାର ଅମଳରେ 2016ରେ ରାୟଗଡ଼ରେ ଏବଂ 2018ରେ ନବରଙ୍ଗପୁରରେ ଆମ୍ବ ଟାକୁଆ ଖାଇ ଲୋକେ ପ୍ରାଣ ହରାଇଥିଲେ। ସେତେବେଳ ତତ୍କାଳୀନ ଯୋଗଣ ମନ୍ତ୍ରୀ ଗିରଫ କିମ୍ବା ଇସ୍ତଫା ଦେଇଥିଲେ କି ? ବୋଲି ପ୍ରଶ୍ନ କରିଛି ବିଜେପି । ସେପଟେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନେଇ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The government is prompt in providing timely PDS rice to the beneficiaries | Argus News