ଧାନ ସଂଗ୍ରହକୁ ଉତ୍ସବ ଭାବେ ପାଳନ କରିବେ ସରକାର

ଅର୍ଗସ ବ୍ୟୁରୋ: ଧାନ ସଂଗ୍ରହ ପୂର୍ବରୁ ଦୁର୍ନୀତିଖୋର ଓ ବିଶୃଙ୍ଖଳାକାରୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ । ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ନାହିଁ, ଜେଲ ପଠାଯିବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା 20 ତାରିଖରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶୃତି ଦେଇ କହିଛନ୍ତି ଏଥର କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ । ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ତାଗିଦ କରାଯାଇ କଡା ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଚାଷୀ ଭାଇ ମାନଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତେ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣନ୍ତୁ ।
ସେହିପରି ପୂର୍ବ ସରକାର ସମୟରେ ଚାଷୀଙ୍କୁ ଅବହେଳା କରାଯାଇଥିବା କହି ବିଜେଡି ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନ ଏମ ଏସ ପି ଉପରେ 100 ଟଙ୍କା ବୋନସ ଘୋଷଣା କରିଥିଲେ । କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ । କିନ୍ତୁ ଆମ ସରକାର 800 ଟଙ୍କା ବୋନସ୍ ଦେବାକୁ ଯାଉଛୁ ।
20 ତାରିଖରେ ଧାନ କିଣା ଆରମ୍ଭ ହେଉଥିବା ବେଳେ 8 ତାରିଖରେ ବରଗଡର ସୋହେଲାରେ ଏମସିପି ଉପରେ 800 ଟଙ୍କାର ଇନପୁଟ୍ ଆସିଷ୍ଟାଣ୍ଡ ଦେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ତେଣୁ ଚାଷୀ ମାନଙ୍କ ଦ୍ବନ୍ଦ ଦୂର ପାଇଁ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେଉଁମାନେ ୨୦ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବସିଡ଼ି ପାଇବେ । ଏହା ପରେ ଏହି ବ୍ୟବସ୍ଥା ଧାରାବାହିକ ଭାବେ ଚାଲିବ ।
📱 Get Argus News App
✨ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଦର ମିଳିବାକୁ ଯାଉଥିବାରୁ ଚାଷୀଙ୍କ ଭିତରେ ଉରପୁର ଉତ୍ସାହ ଦେଖିବାକୁ ମିଳିଛି । ଏହି ଟଙ୍କା ସେମାନଙ୍କୁ ଅଧିକ ସମୃଦ୍ଧ କରିବ ବୋଲି କହିଛନ୍ତି ଚାଷୀ ମାନେ । ମାତ୍ର ଏକର ପିଛା ଧାର୍ଯ୍ୟ ଧାନ କୁଇଣ୍ଟାଲ ଅଧିକ ବଢାଇବା ସହ ଧାନ ସଂଗ୍ରହ ନୀତିକୁ କୋହଳ କରିବାକୁ ଦାବି ହୋଇଛି ।ସେପଟେ ଆରମ୍ଭ ହେବାକୁ ଯାଉଥିବା ଏହି ଧାନ ସଂଗ୍ରହ କୁ ନେଇ ବିଜେଡି-ବିଜେପି ମଧ୍ୟରେ ଜୋର ଧରିଛି ଆରୋପ ପ୍ରତ୍ୟାରପ । ବିଜେଡି ବିଜେପିକୁ କଟାକ୍ଷ କରିବା କଡା ଜବାବ ରକିଛି ଶାସକ ଦଳ । ଧାନ ସଂଗ୍ରହକୁ ସୁଗମ ସରଳ କରିବା ପାଇଁ ମଣ୍ଡି ଗୁଡିକୁ ପର୍ଯ୍ୟାପ୍ତ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଏହା ବାଦ୍ ସୀମାବର୍ତୀ ଜିଲ୍ଲା ଗୁଡିକରେ ଚେକିଂ କଡା କଡ଼ି କରାଯିବା ସହ ସିସି ଟିଭି ପେଟ୍ରୋଲିଂର ବ୍ୟବସ୍ଥା ହୋଇଛି ।
