Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

Odisha

ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

Sangram Tripathy
Browse all articles by Sangram Tripathy
·1 year ago·1 min read
ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର

ଅର୍ଗସ ବ୍ୟୁରୋ:ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର। ବର୍ତ୍ତମାନ  କେତେ ପରିମାଣରେ ଜଙ୍ଗଲ ରହିଛି ଆଉ କେତେ ଆବଶ୍ୟକ ରହିଛି ହେବ ଅନୁଧ୍ୟାନ। ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବ ପ୍ରୋତ୍ସାହନ ରାଶି। ଅଧିକ ସଂଖ୍ୟକ ହାତୀ ମୃତ୍ୟୁର ବି କାରଣ ଖୋଜିବେ ସରକାର। ହାତୀଙ୍କ ପାଇଁ ଜଙ୍ଗଲ ଅଭାବ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ରହିଛନ୍ତି । ତେଣୁ ବର୍ତ୍ତମାନ ବିଭାଗ ଚିନ୍ତା କରୁଛି ଅଧିକ ଜଙ୍ଗଲ ସୃଷ୍ଟି କରିବା ଲାଗି । ବର୍ତ୍ତମାନ ଜଙ୍ଗଲ କେତେ ପରିମାଣରେ ରହିଛି ଆଉ କେତେ ଆବଶ୍ୟକ ରହିଛି, ଵର୍ତମାନର ପରିସ୍ଥିତି ହାତୀଙ୍କୁ ସୁହାଉଛି କି ନାହିଁ ଏବଂ ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଛି କି ତାର ଅନୁଧ୍ୟାନ  କରୁଛି ବିଭାଗ । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ । ହେନ୍ତାଳ ବଣଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବା ସହ ଘରୋଇ ଲୋକଙ୍କୁ ମଧ୍ୟ ସାମିଲ କରାଯିବ।  କେଉଁ କାରଣରୁ ରାଜ୍ୟରେ ଏତେ ସଂଖ୍ୟକ ହାତୀ ମରୁଛନ୍ତି ତାହାର ତଦନ୍ତ କରାଯାଉଛି । ଶିକାରୀ ଦ୍ବାରା କି ବିଦ୍ୟୁତ ଦ୍ବାରା ହାତୀ ମରିଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government will create more forests for the protection of elephants | Argus News