ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ ସରକାର କରିବେ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି କରାଯାଇଥିଲା । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ସିଆରପି ଓ ଏମବିକେଙ୍କ ଆନ୍ଦୋଳନ କରିଛନ୍ତି । ଏଥିରେ ବିଜେଡି ଏବଂ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଦମ୍ଭୋକ୍ତି । ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । କାହା କଥାରେ ପଡ଼ି ରାସ୍ତାରେ ଚିତ୍କାର କରନ୍ତୁ ନାହିଁ । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଠିକ ତାହା ସରକାର କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଜେଡି ମହିଳାଙ୍କୁ ଆଣି ରାଜନୈତିକ ଉଦ୍ଦେଶ୍ୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରାଯାଉ । ଯଦି ଏପ୍ରିଲରେ ଚୁକ୍ତି ସରିଗଲା, ତେବେ ପିଛିଲା ଭାବେ କାହିଁକି ଚୁକ୍ତି ନବୀକରଣ କଲେନି ବୋଲି ବିଜେଡିକୁ ପାଲଟା ପ୍ରଶ୍ନ କରିଛନ୍ତି ଟଙ୍କଧର ।