Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରତି ବିଦ୍ୟାଳୟ ପାଇଁ 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ସରକାର

Banajyotshna Ray
Browse all articles by Banajyotshna Ray
·1 year ago
ପ୍ରତି ବିଦ୍ୟାଳୟ ପାଇଁ 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ସରକାର

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ଗୋଦାବରୀଶ ପ୍ରଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶିଶୁ ଦିବସ ଅବସରରେ ଆୟୋଜିତ ସୁରଭି ସମାରୋହରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ବିଦ୍ୟାଳୟ ପାଇଁ 3 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ସରକାର। ଏହାଦ୍ବାରା ଅଭିଭାବକମାନେ ଆଉ ଘରୋଇ ସ୍କୁଲ ମୁହାଁ ହେବନାହିଁ। ଏହାଛଡ଼ା 100 ବର୍ଷ ପୂରିଥିବା ଐତିହ୍ୟ ବିଦ୍ୟାଳୟ ଗୁଡ଼ିକର ପୁନରୁଦ୍ଧାର କରି ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିରେ ପୁନର୍ଜୀବିତ କରିବା ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରାଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 51 ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ। ସେହିପରି ମଧ୍ୟାହ୍ନ ଭୋଜନ ପାଇଁ  ପୁର୍ବ ଅପେକ୍ଷା ପିଲାଙ୍କ ପିଛା ଅଧିକ 1 ଟଙ୍କା ଖର୍ଚ୍ଚ କରାଯାଉଥିବା କହିଛନ୍ତି ସିଏମ୍।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government will spend more than 3 crore rupees for each school | Argus News