Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ମୁକାବିଲା ଲାଗି ସରକାରଙ୍କ ବଡ ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·1 year ago·2 min read
ବାତ୍ୟା ମୁକାବିଲା ଲାଗି ସରକାରଙ୍କ ବଡ ପ୍ରସ୍ତୁତି

Key Points

- ବାତ୍ୟା ମୁକାବିଲା ଲାଗି ସରକାରଙ୍କ ବଡ ପ୍ରସ୍ତୁତି

- ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକଥା କହିଲେ ମୁଖ୍ୟମନ୍ତ୍ରୀ

- ରକ୍ଷା କବଚ ସାଜି ଲୋକଙ୍କୁ ରକ୍ଷା କରିବା ଲାଗି ଅଧିକାରୀଙ୍କୁ ନିର୍ଦେଶ

ଅର୍ଗସ ବ୍ୟୁରୋ: ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ବତନ୍ତ୍ର ରିଲିଫ କମିଶନର ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଓ ଜଗତସିଂହପୁରରେ ସମୁଦ୍ର ମଝିରେ ଥିବା 11 ଟି ମାଛଧରା ଡଙ୍ଗାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତୁରନ୍ତି କୂଳକୁ ଫେରାଇ ଆଣିବା ଲାଗି ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଲୋକଙ୍କୁ ଭୟବିତ ନ ହେବା ପାଇଁ ଅପିଲ କରିବା ସହ ମିଳିମିଶି ଏହି ବପତ୍ତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । 

ସେପଟେ ବାତ୍ୟା ପ୍ରସ୍ତୁତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ରକ୍ଷା କବଚ ସାଜି ଲୋକଙ୍କୁ ରକ୍ଷା କରିବା ଲାଗି ସରକାର ପ୍ରସ୍ତୁତ । ଏନଡ଼ିଆରଫ, ଓଡ୍ରାଫ  ଓ ଅଗ୍ନିଶମ ଟିମ କୁ ପ୍ରସ୍ତୁତ କରି ରଖା ଯାଇଛି । ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ  । 

ଶକ୍ତି ଓ କୃଷି ବିଭାଗର ସମୀକ୍ଷ ପରେ ଅର୍ଗସ ନିଉଜକୁ  ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି. ଉଭୟ କୃଷି ଏବଂ ଶକ୍ତି ବିଭାଗ ପ୍ରସ୍ତୁତ ଅଛି. ଅଧିକାରୀ ମାନଙ୍କୁ ଛୁଟି ବାତିଲ ହୋଇଛି. କ୍ଵିକ ରେସପନ୍ସ ଟିମକୁ ଆକ୍ଟିଭ କରାଯାଇଛି. ଶକ୍ତି ବିଭାଗ 33 ହଜାର କର୍ମଚାରୀ ଫିଲଡ଼ ରେ ଅଛନ୍ତି. ବାତ୍ୟା ପରେ ପୁନଃରୁଦ୍ଧାର କାମ ପାଈଁ ପୋଲ୍, ତାର, କଣ୍ଡକ୍ଟର ଏବଂ ଆନୁସାଙ୍ଗିକ ଜିନିଷ ମହଜୁଦ ରଖାଯାଇଛି. ହସ୍ପିଟାଲ, ସରକାରୀ କାର୍ଯ୍ୟାଳୟ, ପାନୀୟ ଜଳ ଯୋଗାଣ କେନ୍ଦ୍ରକୁ ନିରବଛିନ୍ନ ବିଜୁଳି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି. କୃଷି ବିଭାଗ ପକ୍ଷରୁ ଧାନ ଅମଳ ନେଇ ଚାଷୀ ମାନଙ୍କ ପାଈଁ ମାର୍ଗ ଦର୍ଶିକା ଜାରି ହୋଇଛି.. ଉଭୟ ବିଭାଗ ସଜାଗ ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ସବୁ ଭିତରେ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁକିଛି ସହାୟତା ଯୋଗାଇଦେବାକୁ କହିଛନ୍ତି କ୍ୟାବିନେଟ୍ ସଚିବ ।

 

Sponsored
The government's big preparation for dealing with the storm | Argus News