Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିରର ଭୂତଳ ଜଳସ୍ତର ୪ ବର୍ଷରେ କମିଲାଣି ୧.୬ ମିଟର

Odisha

ଶ୍ରୀମନ୍ଦିରର ଭୂତଳ ଜଳସ୍ତର ୪ ବର୍ଷରେ କମିଲାଣି ୧.୬ ମିଟର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶ୍ରୀମନ୍ଦିରର ଭୂତଳ ଜଳସ୍ତର ୪ ବର୍ଷରେ କମିଲାଣି ୧.୬ ମିଟର

Key Points

ଚିନ୍ତାଜନକ ସ୍ଥିତିର ଶ୍ରୀମନ୍ଦିର ଓ ଆଖପାଖର ଅଞ୍ଚଳର ଜଳସ୍ତର
ଶ୍ରୀମନ୍ଦିରର ଭୂତଳ ଜଳସ୍ତର ୪ ବର୍ଷରେ କମିଲାଣି ୧.୬ ମିଟର
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି ବୋରିଂର ଜଳ
ଶ୍ରୀମନ୍ଦିର ଚାରିପାଖରୁ ମନଇଚ୍ଛା ଜଳ ଉତ୍ତୋଳନ ସାଜିଛି କାଳ
ବ୍ୟାବସାୟିକ ସଂସ୍ଥାଗୁଡ଼ିକର ଜଳ ଉତ୍ତୋଳନ ଉପରେ ଲଗାମ ପାଇଁ ଦାବି
ଏବେ ଶ୍ରୀମନ୍ଦିର ଆଖପାଖରେ ଭୂତଳ ଜଳ ରିଚାର୍ଜ କରିବା ନିହାତି ଜରୁରୀ

ଲଗାତାର ଖସିଖସି ଯାଉଛି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ଗଙ୍ଗା-ଯମୁନା କୂଅ ଜଳସ୍ତର । ମହାପ୍ରସାଦ ପ୍ରସ୍ତୁତ ପାଇଁ ଏବେ ଭରସା ବୋରିଙ୍ଗରୁ ଆସିଥିବା ପାଣି ।୧୫ ବର୍ଷ ହେବ ବୋରିଂ ପାଣି ଭରସାରେ ରନ୍ଧା ହେଉଛି ମହାପ୍ରସାଦ । କେବଳ ଶ୍ରୀମନ୍ଦିର ନୁହେଁ ଶ୍ରୀକ୍ଷେତ୍ର ସାରା କ୍ରମାଗତ ନିମ୍ନଗାମୀ ହେଉଛି ଜଳ ସ୍ତର ।ଶ୍ରୀମନ୍ଦିର ସହ ଲୋକନାଥ ମନ୍ଦିରର ଭୂତଳ ଜଳସ୍ତର ହ୍ରାସ ଚିନ୍ତାଜନକ ସାଜିଛି । ଗତ ୪ ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ଜଳସ୍ତର ୧. ୬ ମିଟର ହ୍ରାସ ପାଇଛି ।ସେହିପରି ଲୋକନାଥ ମନ୍ଦିରର ଜଳସ୍ତର ମଧ୍ୟ ୧. ୭୧ ମିଟର କମିଛି । ତେଣୁ ଗଙ୍ଗା ଯମୁନା କୁଅର ପାଣି ବି ଶୁଖି ଶୁଖି ଯାଉଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ । ଶ୍ରୀମନ୍ଦିର ଚାରିପାଖରେ କଂକ୍ରିଟ ନିର୍ମାଣ ବୃଦ୍ଧି ସହ ହୋଟେଲ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଦ୍ୱାରା ମନଇଛା ଜଳ ଉତ୍ତୋଳନକୁ ଦାୟୀ କରିଛନ୍ତି ସୁଆର ମହାସୁଆର । ଏଥିସହ ତା ଉପରେ ଲଗାମ ଲଗାଇବାକୁ କରିଛନ୍ତି ଦାବି ।

ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ରାଜରାଜୁଡ଼ା ଅମଳରୁ ଗଙ୍ଗା ଓ ଯମୁନାର କୂଅ ଜଳକୁ ବ୍ୟବହାର କରାଯାଇଆସୁଛି । ଏହାର ଜଳ ପବିତ୍ର ଓ ବିଶୁଦ୍ଧ ବୋଲି ବିଶ୍ବାସ ରହିଛି। କିନ୍ତୁ କ୍ରମାଗତ ଜଳସ୍ତର ହ୍ରାସ ଯୋଗୁଁ ନୀତିକାନ୍ତିକୁ ନଜରରେ ରଖି ୧୫ ବର୍ଷ ତଳୁ ଏହାକୁ ରିଚାର୍ଜ କରିବାକୁ ବୋରିଙ୍ଗ ବ୍ୟବହାର ହେଉଛି । ଯାହା ଶ୍ରୀମନ୍ଦିର ପରମ୍ପରାକୁ ମଧ୍ୟ ଏକପ୍ରକାର କ୍ଷୁର୍ଣ୍ଣ କରୁଛି । ତେଣୁ ଗଙ୍ଗା ଯମୁନା କୁଅର ପୁନରୁଦ୍ଧାର ଦାବି ଦୀର୍ଘ ଦିନ ଧରି ହୋଇ ଆସୁଛି । ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ କହିଛନ୍ତି ଯେ ବୈଷୟିକ ଟିମ୍ ସହ କଥା ହେବା ପରେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ସମେତ ପୁରୀ ସହରର ବିଭିନ୍ନ ସ୍ଥାନରେ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି। ଯଦି ଏବେଠାରୁ ଏହାର ପ୍ରତିକାର କଥା ଚିନ୍ତା କରାନଯାଏ। ତାହାହେଲେ ସାଗର କୂଳରେ ଥାଇ ବି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ପୁରୀବାସୀ। ଯାହା ଶ୍ରୀମନ୍ଦିର ନୀତିକାନ୍ତି ଠାରୁ ଆରମ୍ଭ କରି ପର୍ଯ୍ୟଟନକୁ ବି ବ୍ୟାପକ ଭାବେ ପ୍ରଭାବିକ କରିବାର ଆଶଙ୍କା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
the-groundwater-level-of-the-jagannath-temple-has-risen-by-16-meters-in-four-years | Argus News