Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଂସିତା ଓ ତାଙ୍କ ଲିଙ୍କରେ ଥିବା ବଡବଡୁଆଙ୍କ ବଢିଲା ଅଡୁଆ

Odisha

ହଂସିତା ଓ ତାଙ୍କ ଲିଙ୍କରେ ଥିବା ବଡବଡୁଆଙ୍କ ବଢିଲା ଅଡୁଆ

Rashmita Mishra
Browse all articles by Rashmita Mishra
·1 year ago·2 min read
ହଂସିତା ଓ ତାଙ୍କ ଲିଙ୍କରେ ଥିବା ବଡବଡୁଆଙ୍କ ବଢିଲା ଅଡୁଆ

Key Points

ପୂର୍ବ ସରକାରର ଗେହ୍ଲା ଝିଅ ଥିଲେ ହଂସିତା ଅଭିଲିପସା
ଏବେ ହଂସିତା ଓ ତାଙ୍କ ଲିଙ୍କରେ ଥିବା ବଡବଡିଆଙ୍କ ବଢିଲା ଅଡୁଆ
କମିସନରେଟ ପୋଲିସ ଠାରୁ ତଥ୍ୟ ନେଲା ED

ସାଧାରଣ ମଧ୍ୟବିତ୍ତ ପରିବାରରୁ ହଂସିତା କେମିତି ହେଲେ 110 କୋଟିର ମାଲିକାଣୀ
ଗତ ସରକାରରେ କିଏ କିଏ ରେଡ୍‌ କାର୍ପେଟରେ କରୁଥିଲେ ସ୍ବାଗତ
ବଡ଼ ନେତା ଓ କର୍ପୋରେଟ୍ ଜଗତର ବଡ଼ ଅଧିକାରୀଙ୍କ ସହ ଥିଲା ହଂସିତାଙ୍କ ସଂପର୍କ

ଅର୍ଗସ ବ୍ୟୁରୋ: ପ୍ଲାଷ୍ଟିକ ସର୍ଜରି କରି ଜଣଙ୍କ ପରେ ଜଣଙ୍କୁ ଫସାଇ ନିଜ ଠକେଇର କ୍ରାଇମ୍ ସିଣ୍ଡିକେଟ୍ ବନାଇଥିଲେ ହିଂସିତା ଅଭିଲିପସା। ଏବେ ଅନିଲ ଏବଂ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି ଏବଂ ବିଭିନ୍ନ ତଥ୍ୟ ନେଲା ପ୍ରବର୍ତନ ନିର୍ଦେସାଳୟ-ଇଡି । PMLA ଆକ୍ଟ ଜରିଆରେ କଳା ଧନର ତଦନ୍ତ କରିବ ED । ଗତକାଲି ସ୍ପେଶାଲ କ୍ରାଇମୟୁନିଟ ଗୋଟିଏ ଦାମୀ ଗାଡି ଜବତ କରିଥିବା ବେଳେ ଆଜି ଦୁଇଟି ଦାମୀ ଗାଡି ଜବତ କରିଛି । 2012ରେ ଅନିଲ ଜାଗୁଆର ଗାଡି କିଣିଥିଲେ । 2023ରେ ମର୍ସିଡ଼ିଜ ଗାଡି କିଣିଥିବା ବେଳେ 2024ରେ ପୋର୍ଷେ ଗାଡି କିଣିଥିଲେ । ହନ୍ସିତା ଏବଂ ଅନିଲ ଙ୍କୁ ଦିନିକିଆ ରିମାଣ୍ଡରେ ଆଣି କ୍ରାଇମ ସିଣ୍ଡିକେଟ ର ସୁରାକ ପାଇଛି କମିସନରେଟ ପୋଲିସ । ହଂସିତା କାହାକୁ କାହାକୁ ବ୍ଲାକ ମେଲ କରୁଥିଲେ? କେତେ ଟଙ୍କା ଠକେଇ କରିଥିଲେ? ଠକେଇ ଟଙ୍କା କୁ କେଉଁଠି କେଉଁଠି ବିନିଯୋଗ କରିଛନ୍ତି ସେଦିଗରେ ତଦନ୍ତ କରାଯାଉଥିବା ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ।


ସେପଟେ ବେନାମୀ ସମ୍ପତ୍ତିର ଆକଳନ କରୁଛି ଆୟକର ବିଭାଗ । 110 କୋଟିରୁ ଅଧିକ ଟଙ୍କାର ଅଚଳାଚଳ ସମ୍ପତିର ହିସାବ ଆୟକର ବିଭାଗ କରୁଥିବା ବେଳେ ତାଭିତରୁ ହଂସିତା ଙ୍କ 65କୋଟି ଟଙ୍କା ସମ୍ପତି ର ଖୋଳ ତାଡ ଚାଲିଛି । ମଧ୍ୟବିତ ପରିବାର କୁ ଆସିଥିବା ହଂସିତା କେଉଁଭଳି ଭାବରେ ଏତେ ଟଙ୍କା ସମ୍ପତି ର ମାଲିକ ହୋଇପାରିଲେ ତାର ଉତ୍ସ ଖୋଜୁଛନ୍ତି ତଦନ୍ତ କାରି ସଂସ୍ଥା । ତଥ୍ୟ ଅନୁସାରେ ପୂର୍ବ ସରକାରର ଗେହ୍ଲା ଝିଅ ଥିଲେ ହଂସିତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଠକେଇ ଟଙ୍କାରେ ହନ୍ସିତା ଏବଂ ଅନିଲ 3ଥର ବିଦେଶ ବୁଲିଥିବା ନେଇ ତଥ୍ୟ ପାଇଛି ସ୍ପେଶାଲ କ୍ରାଇମ ୟୁନିଟ । ବିଦେଶ ବୁଲାରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଉଭୟ ଠକ ଦମ୍ପତି ସେନେଇ ବ୍ୟାଙ୍କ ଟ୍ରାଞ୍ଜାକ୍ସନ କୁ ଯାଞ୍ଚ କରିବ କମିସନରେଟ ପୋଲିସ


Raja Festival
Sponsored
the-growing-tension-between-hansita-and-her-online-friends | Argus News