ଖରା ଆରମ୍ଭ ହେଇନି ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

Key Points
ଖରା ଆରମ୍ଭ ହେଇନି ମୁଣ୍ଡ ଟେକିଲାଣି ପାଣି ସମସ୍ୟା
ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ
ପ୍ରକଳ୍ପ ଅଛି ହେଲେ ଅକାମି
ଲୋକଦେଖାଣିଆ ପାଇପ ଦେଉଛି ଦୁଃଖ
ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକର ଜଡ଼ିବିଲ ଗାଁ। ଗାଁରେ ପାଣି ସମସ୍ୟା ଉତ୍କଟତର। ବର୍ଷ ତମାମ ଏଠି ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଗାଁର ଉପର ସାହି ଓ ମାରାଡ଼ି ସାହିରେ ଆଦିବାସୀ ସମ୍ପର୍ଦୟର ୧୫୦ ଆଦିବାସୀ ପରିବାର ବସବାସ କରନ୍ତି। ମାତ୍ର ପାନୀୟ ଜଳ ଯୋଗାଣ ନିମନ୍ତେ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ପାଖ ଗାଁରୁ ପାଣି ଆଣି ବ୍ୟବହାର କରନ୍ତି । ଏଥିପାଇଁ ମାଇଲମାଇଲ ବାଟ ଚାଲିବାକୁ ପଡେ।
ଗାଁରେ ବସୁଧା ଯୋଜନାରେ ଜଳ ଯୋଗାଣ ନିମନ୍ତେ ୭୭ ଲକ୍ଷ ଟଙ୍କା ବ୍ୟୟରେ ପାଣିଟାଙ୍କି ନିର୍ମାଣ କରାଯାଇଛି। ଜଳ ଯୋଗାଣ ପାଇଁ ଗାଁ ସାରା ପାଇପ ଲାଇନବି ବିଛା ଯାଇଛି। ଘରକୁ ଘର ଷ୍ଟାଣ୍ଡପୋଷ୍ଟ ବି ଲାଗିଛି। ହେଲେ ସବୁ ଲୋକ ଦେଖାଣିଆ। ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନି ବସୁଧା ପ୍ରକଳ୍ପ। ନିର୍ମାଣ ହେବା ଦିନରୁ ପାଣି ଆସୁନି।
📱 Get Argus News App
✨ସେହିପରି ଗାଁରେ ତିନୋଟି ଗଭୀର ନଳକୂପ ରହିଛି। ହେଲେ ପାଣି ଗୋଟାଏରୁ ବି ପାଣି ବାହାରୁନାହିଁ। ମରାମତି ପାଇଁ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ ମରାମତି ହୋଇପାରୁନାହିଁ। ଏପଟେ ପାଣି ଟିକେ ପାଇଁ ଦୀର୍ଘ ବାଟ ଚାଲୁଛନ୍ତି ଗ୍ରାମବାସୀ । ଉପାନ୍ତରେ ଜଳକଷ୍ଟ ବର୍ଷବର୍ଷ ଧରି ଲାଗି ଆସିଛି, କେଉଁଠି ପ୍ରକଳ୍ପ ନାହିଁ ତ କେଉଁଠି ପ୍ରକଳ୍ପ ଥାଇବି କାମରେ ଆସୁନି।