Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୫ ଦିନ ପରେ ଆହୁରି କଲବଲ କରିବ ଖରା

Rashmita Mishra
Browse all articles by Rashmita Mishra
·1 year ago
ଆସନ୍ତା ୫ ଦିନ ପରେ ଆହୁରି କଲବଲ କରିବ ଖରା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହେଲାଣି ଟାଣ ଖରା । ବଢୁଛି ଦିନ ସହ ରାତିର ତାପମାତ୍ରା । ମାଘରେ ଅନୁଭୁତ ହେଉଛି ଟାଇଁ ଟାଇଁ ଖରା । ଆସନ୍ତା 4 ଦିନ ପରେ ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ରୁ ୭ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ଦିନରେ ତାପମାତ୍ରା ଧିରେ ଧିରେ ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି । ମକର ସଂକ୍ରାନ୍ତି ସରିଲାଣି ତେଣୁ ସୂର୍ଯ୍ୟ ଏବଂ ପୃଥିବୀର ସ୍ଥିତି ପରିବର୍ତ୍ତନ ହେଉଛି । ଆମେ ଉତ୍ତର ଆଡ଼କୁ ଗତି କରୁଛେ । ତେଣୁ ତାପମାତ୍ରା ବୃଦ୍ଧି ପାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The heat will intensify in the next five days. | Argus News