Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଞ୍ଜେଇ ମାଫିଆଙ୍କ ହାଇଟେକ ବୁଦ୍ଧି

Rashmita Mishra
Browse all articles by Rashmita Mishra
·1 year ago·2 min read
ଗଞ୍ଜେଇ ମାଫିଆଙ୍କ ହାଇଟେକ ବୁଦ୍ଧି

Key Points

ପୋଲିସକୁ ଚକମା ଦେବା ପାଇଁ ଗଞ୍ଜେଇରେ ମିଶାଇଥିଲେ ଗନ୍ଧ କର୍ପୁର

କାମ ଦେଲାନି ଗଞ୍ଜେଇ ମାଫିଆଙ୍କ ପ୍ଲାନ

ମାଡ଼ି ବସିଲା ପୋଲିସ, ୨ ଗିରଫ


ଖଣ୍ଡଗିରି ରାସ୍ତାରେ ଗୋଟିଏ ଟ୍ରକରେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ପୋଲିସ । AP 30 X 3499 ନମ୍ବର ବିଶିଷ୍ଟ ଟ୍ରକକୁ ପିଛା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ଏବଂ ଖଣ୍ଡଗିରି ପୋଲିସ। ପୋଲିସକୁ ଦେଖି ଖାରବେଳ ପାର୍କ ନିକଟରେ ଗାଡି ଛାଡି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ ଡ୍ରାଇଭର ଏବଂ ହେଲପର । ଚାରିଆଡୁ ପୋଲିସ ଘେରି ଯାଇ ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଉ ତଲାସୀ ବେଳେ ସାମ୍ନା ଆସିଲା ସିକ୍ରେଟ ଚାମ୍ବର । ତା ଭିତରେ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ। ୫ କିଲିଆ ପ୍ୟାକେଟ କରି ଫୁଲବାଣୀରୁ ହିମାଞ୍ଚଳ ପ୍ରଦେଶ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚୋରା ଚାଲାଣ ।

ଗିରଫ ଦୁଇ ଗଞ୍ଜେଇ ବେପାରୀ ହେଲେ ଫୁଲବାଣୀ ଫିରିଙ୍ଗିଆ ଅଞ୍ଚଳର ମହେଶ୍ୱର ମଲିକ ଏବଂ ପଞ୍ଜାବ ଅମ୍ରିତସର ଅଞ୍ଚଳର ମନ୍ଦୀପ ସିଂ। ମନ୍ଦୀପ ସିଂ ଟ୍ରକ ଡ୍ରାଇଭର। ସେପଟେ ଓଡିଶାରୁ ଗଂଜେଇ ଟ୍ରକକୁ ପାର କରି ଦେବାକୁ 2000 ଟଙ୍କା ନେଉଥିଲା ମହେଶ୍ୱର। ତଦନ୍ତ ବେଳେ ପୋଲିସ ଆଗରେ ସବୁ ସତ ମାନିଛନ୍ତି ଦୁଇ ଅଭିଯୁକ୍ତ । ତେବେ ଏଠି ପ୍ରଶ୍ନ - କେବେଠାରୁ ଏଭଳି ଭାବେ ଚାଲିଥିଲା ଗଞ୍ଜେଇ କାରବାର? ଫୁଲବାଣୀରୁ ଗଞ୍ଜେଇ ଆସୁଥିଲା ହେଲେ କେମିତି ଜାଣି ପାରିଲାଣି ଫୁଲବାଣୀ ପୋଲିସ ? ଏମାନଙ୍କ ପଛରେ ରହିଛି କି ବଡ଼ ସିଣ୍ଡିକେଟ ? ଏମିତି ତମାମ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି କମିଶନରେଟ ପୋଲିସ ।

ରାଜ୍ୟରେ ନିଶା କାରବାରକୁ ରୋକିବା ପାଇଁ ଅନେକ ପ୍ରୟାସ ଜାରି ରଖିଛି ଓଡ଼ିଶା ପୋଲିସ । ହେଲେ ରାଜ୍ୟ ବାହାରର ନିଶା ବେପାରୀଙ୍କ ଉପରେ କେମିତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେନେଇ ପୋଲିସ ଧ୍ୟାନ ଦେଉ ବୋଲି ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-high-tech-intelligence-of-the-marijuana-mafia | Argus News