ପବିତ୍ର ରଥଯାତ୍ରା ଉପଲକ୍ଷେ ଗାଁ ଠୁ ସହର ସବୁଠି ଉତ୍ସବମୁଖର

Key Points
ପବିତ୍ର ରଥଯାତ୍ରା ଉପଲକ୍ଷେ ଗାଁ ଠୁ ସହର ସବୁଠି ଉତ୍ସବମୁଖର
ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଜନ୍ମବେଦୀକୁ ବାହାରିଥିଲେ
ବର୍ଷା ହେବା ସତ୍ତ୍ୱେ ଭକ୍ତ ମାନେ ହରିବୋଲ ନାରା ଦେଇ ରଥ ଟାଣି ନେଉଛନ୍ତି
ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ହୋଇଛି ବଡ଼ ଦାଣ୍ଡ। ଭଦ୍ରକ ଜିଲ୍ଲାରେ କେଶପୁର ଠାରେ ଥିବା ପ୍ରସିଦ୍ଧ ହରିବୋଲ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଗତକାଲି ନେତ୍ରୋତ୍ସବ ଓ ନବଯୌବନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ସକାଳୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରତ୍ନବେଦୀରୁ ଜନ୍ମବେଦୀକୁ ବାହାରିଥିଲେ। ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ସରିବା ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ରାଜା ହୋଇ ରଥରେ ଛେରା ପହଁରା କରିଥିଲେ। ଛେରା ପହଁରା ସରିବା ପରେ ରଥ ମାଉସୀ ମା' ଅଭିମୁଖେ ଗଡ଼ିଥିଲା।
ବର୍ଷା ହେବା ସତ୍ତ୍ୱେ ଭକ୍ତ ମାନେ ହରିବୋଲ ନାରା ଦେଇ ରଥ ଟାଣି ଟାଣି ନେଉଛନ୍ତି। ଭଗବାନ ଓ ଭକ୍ତଙ୍କର ମିଳନ ଏଠି ଏକାକାର ହୋଇଛି। ଅନ୍ୟପଟେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ ମାନେ। ସେହିପରି ଏହି ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବା ସହ ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହେବ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି।