Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଦ ପିଉଥିଲା ସ୍ବାମୀ, ଚିଠି ଲେଖି ଆତ୍ମହତ୍ୟା କଲା ସ୍ତ୍ରୀ

Odisha

ମଦ ପିଉଥିଲା ସ୍ବାମୀ, ଚିଠି ଲେଖି ଆତ୍ମହତ୍ୟା କଲା ସ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମଦ ପିଉଥିଲା ସ୍ବାମୀ, ଚିଠି ଲେଖି ଆତ୍ମହତ୍ୟା କଲା ସ୍ତ୍ରୀ

ବାଲେଶ୍ବର : ମଦ ପାଇଁ ଚାଲିଗଲା ଜୀବନ ସାଥିର ଜୀବନ l ମଦ୍ୟପ ସ୍ୱାମୀକୁ ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ନମାନିବାରୁ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କପ୍ତିପଦା ଥାନା ଅଂଚଳର ସଂଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ ଦୀର୍ଘ ଦିନ ଧରି ସୋର ଉତ୍ତରେଶ୍ୱରରେ ରହୁଥିଲେ। ତାଙ୍କ ସ୍ବାମୀ ମଦ୍ୟପାନ କରି ଅନେକ ସମୟରେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଗତକାଲି ଅନାଦି ମଦ୍ୟପାନ କରି ଆସିବା ପରେ ସଂଜୁଲତା ତାଙ୍କୁ ବାରଣ କରିବା ସହିତ ଆଉ କେବେ ମଦ ପିଇଲେ ଜୀବନ ହାରିଦେବି ବୋଲି କହିଥିଲେ।

ଆଜି ସକାଳେ ଅନାଦି ମଦ ପିଇବାକୁ ଯାଇଥିବା ବେଳେ ସଂଜୁଲତା ପ୍ରଥମେ ବିଷ ପିଇ ପରେ ଘର ଗଡାଣରେ ବେକରେ ରଶି ଦେଇ ଝୁଲିପଡିଥିଲେ। ଅନାଦି ଫେରିବା ପରେ ସଂଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ସଂଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband was drinking wine, the wife committed suicide by writing a letter | Argus News