Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

West Bengal Case / 'ଘଟଣା ଅତ୍ୟନ୍ତ ନିନ୍ଦନୀୟ-ଯନ୍ତ୍ରଣାଦାୟକ, ମମତା ବାନାର୍ଜୀ ନିରପେକ୍ଷ ତଦନ୍ତ କରନ୍ତୁ'

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
'ଘଟଣା ଅତ୍ୟନ୍ତ ନିନ୍ଦନୀୟ-ଯନ୍ତ୍ରଣାଦାୟକ, ମମତା ବାନାର୍ଜୀ ନିରପେକ୍ଷ ତଦନ୍ତ କରନ୍ତୁ'

Key Points

ଏତେ ବଡ଼ ଘଟଣାରେ କାହିଁକି ଚୁପ ବସିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ?

ଏପର୍ଯ୍ୟନ୍ତ ନବୀନ ପଦୁଟିଏ ବି କହିନାହାନ୍ତି ।

କୁଆଡ଼େ ଗଲେ ବିଜେଡିର କୁହାଳିଆ ନେତାମାନେ ।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 'ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ । ପୀଡ଼ିତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି । ଏପରି ଲଜ୍ଜାଜନକ ଘଟଣା ଏବଂ ମହିଳା ବିରୋଧୀ ଅପରାଧର ସମାଜରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ । ଶୀଘ୍ର କାର୍ଯ୍ୟାନୁଷ୍ଠାନ ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ ।

ସେପଟେ ଏହି ଘଟଣାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ନିନ୍ଦା କରିଛନ୍ତି । ସେ କହିଛନ୍ତି, 'ଆଇନର ଉର୍ଦ୍ଧ୍ବରେ କେହି ବି ନୁହଁନ୍ତି । ଦୋଷୀକୁ ଦଣ୍ଡ ମିଳିବା ଦରକାର । ଘଟଣାରେ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲୁ । ହେଲେ ସେ ବ୍ୟସ୍ତ ଥିବା କଥା କହି କୌଣସି ରେସ୍ପଣ୍ଡ କରିନାହାନ୍ତି । ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ମେଲ୍ କରାଯାଇଛି । ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛୁ । ବାଲେଶ୍ୱର ଏଡିଏମଙ୍କ ନେତୃତ୍ୱରେ ଏକ ଟିମ୍ ଦୁର୍ଗାପୁର ପଠାଯାଇଛି । ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି' ।

ତେବେ ଏତେ ବଡ଼ ଘଟଣାରେ କାହିଁକି ଚୁପ ବସିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ? ଏପର୍ଯ୍ୟନ୍ତ ନବୀନ ପଦୁଟିଏ ବି କହିନାହାନ୍ତି । କୁଆଡ଼େ ଗଲେ ବିଜେଡିର କୁହାଳିଆ ନେତାମାନେ । କାହିଁକି ନୀରବ ଅଛନ୍ତି । ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଜଣେ ଓଡ଼ିଆ ଝିଅଙ୍କ ସହିତ ହୋଇଛି ଏହି ଗଣଦୁଷ୍କର୍ମ । ଯେତେବେଳେ ସୌମ୍ୟାଶ୍ରୀଙ୍କ ଘଟଣା ସାମନାକୁ ଆସିଥିଲା ସେତେବେଳେ ବିରୋଧି ଦଳ ନେତା ନବୀନ ତମ୍ବିତୋଫାନ କରିଥିଲେ ।

ଜଣଙ୍କ ପରେ ଜଣେ ବିଜେଡି ନେତା ବି ମୁହଁ ଖୋଲିଥିଲେ । କିନ୍ତୁ ଏବେ ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଚୁପ ବସିଛନ୍ତି ବିଜେଡିର ବଡ଼ ବଡ଼ ନେତାମାନେ । ଏପରି ନୀରବତା ପଛର କାରଣ କଣ ହୋଇପାରେ ଏବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ।

ତେବେ ଘଟଣାର ୩୬ ଘଣ୍ଟା ପରେ ଏହି ଘଟଣାରେ ମାତ୍ର ୩ ଜଣ ଗିରଫ ହୋଇଛନ୍ତି । ଆଉ ୨ ଜଣ ଏବେବି ଫେରାର ଅଛନ୍ତି । ପଶ୍ଚିମବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା । ରାଜ୍ୟ ମହିଳା କମିଶନଙ୍କ ଏକ ସ୍ୱତନ୍ତ୍ର ଟିମ ପଶ୍ଚିମବଙ୍ଗ ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
West Bengal Case | The incident is extremely condemnable and painful Said Dharmendra Pradhan | Argus News