Videos
|
Odisha

ପୁଅ ଜନ୍ମ କରିଥିଲା...ପରିଣତ ବୟସରେ ବିଧା ଗୋଇଠା ଖାଇଲା

Manini Pattanayak
Browse all articles by Manini Pattanayak
·1 year ago·2 min read
ପୁଅ ଜନ୍ମ କରିଥିଲା...ପରିଣତ ବୟସରେ ବିଧା ଗୋଇଠା ଖାଇଲା

କେନ୍ଦ୍ରାପଡା: ୬୫ ବର୍ଷର ବୁଢି ମା କୁ  ପୁଅର ବିଧା ଗୋଇଠା।  କେତେବେଳେ ଗାଲକୁ ଶକ୍ତ ଚାପୁଡା ତ ଆଉ କେତେବେଳେ ଚୁଟି ଝିଙ୍କିକି  ମା ପିଠିରେ ଦୁମ୍‌ ଦୁମ୍‌ ଭୁଷ୍‌ ଭୁଷ୍‌ ବିଧା.।  ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରୁଛି ସାନ ପୁଅ..  ଏପରି ଏକ  ହୃଦୟ ବିଦାକ ଘଟଣା ଘଟିଛି  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା  ସିଙ୍ଗାରପୁର ଗାଁରେ। ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରୁଛି ପୁଅ ।   ପୁଅ ଠାରୁ ଏଭଳି ଅମାନୁଷିକ ଭାବେ ମାଡ ଖାଇଲା ପରେ  ଭୋ ଭୋ କାନ୍ଦୁଛନ୍ତି ଶଶୀକଳା  କହିଛନ୍ତି  .. ଏଭଳି ପୁଅ ଜୀବନରେ ଥିଲେ କେତେ ନ ଥିଲେ କେତେ।  ଦଶମାସ ଦଶଦିନ ଗର୍ଭରେ ଧରି ଗୋଟିଏ ନୁହେଁ କି ଦୁଇଟି ନୁହେଁ ୩ ତିନୋଟି ପୁଅ ଜନ୍ମ କରିଥିଲେ ଶଶିକଳା। ସ୍ୱାମୀ ପକ୍ଷାଘାତ ରୋଗରେ ପୀଡିତ ବଡ଼ ପୁଅ ବାହାର ରାଜ୍ୟରେ ଦାଦନ ଖଟି ଘର ଚଳାଏ।  ମଝିଆ ପୁଅ ଦିବ୍ୟାଙ୍ଗ ଥିବାବେଳେ ସାନପୁଅ ଘରେ ବିଭିନ୍ନ ଆଳ ଦେଖାଇ ସମ୍ପତ୍ତି ପାଇଁ ମା'କୁ  ବାରମ୍ବାର ମାଡ଼ ମାରୁଥିଲା।  

ଜୀବନର ଅପରାହ୍ନରେ ପହଁଞ୍ଚିଥିବା ଜଣେ 65 ବର୍ଷୀୟ ବୃଦ୍ଧ ମା'କୁ ଗାଁ ଦାଣ୍ଡରେ ପୁଅ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିବା ଘଟଣା ଏବେ ଖୁବ ଚର୍ଚ୍ଚା ହେଉଛି। ସାମାନ୍ୟ ସମ୍ପତି ପାଇଁ ମା' କୁ ମାଡ଼ ମାରୁଛି ପୁଅ। ଗାଁ ଲୋକେ ଦେଖୁଥିଲେବି କେହି ସାହସ କରୁ ନ ଥିଲେ ଧରିବା ପାଇଁ  କାରଣ ମାଡ଼ ମାରୁଥିବା ପୁଅ ଜଣେ ଦୁର୍ଦ୍ଦାନ୍ତି। ତେବେ ପୁଅର ଏହି ଅକଥନୀୟ ଅତ୍ୟାଚାର ସହି ନ ପାରି ଆଜି ନ୍ୟାୟ ପାଇଁ ମା' ଥାନାର ଦ୍ଵାରସ୍ଥ ହୋଇଛନ୍ତି।  ତେବେ ଏହି ଘଟଣାଟି ସୋସିଆଲ ମିଡିଆରେ ପ୍ରଚାର ହେବାପରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି। ଖବର ପ୍ରସାରିତ ହେବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପୀଡ଼ିତା ମା'ଙ୍କୁ କି ନ୍ୟାୟ ଦେଉଛି ତାହା ଦେଖିବାକୁ ବାକି ରହିଲା। 
 
ଅଧିକ  ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The incident of a 65-year-old mother being beaten by her son | Argus News