ନୂତନ ବିଜ୍ଞାନ ଓ ଜ୍ଞାନକୌଶଳ ବ୍ୟବହାର ଦ୍ଵାରା ଉଦ୍ୟାନକୃଷିରେ ଆୟ ବହୁଗୁଣ ହୋଇପାରିବ

ଅର୍ଗସ ବ୍ୟୁରୋ: ଦେଶର ଅନେକ ପ୍ରତିଷ୍ଠାନ ସମୟପୋଯୋଗୀ ବିଜ୍ଞାନ ଓ ଜ୍ଞାନକୌଶଳ ବିକାଶ କରିଛନ୍ତି, ସେହି ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ,ଚାଷୀର ଆୟ ବହୁଗୁଣ ହୋଇପାରିବ ବୋଲି ପୂର୍ବତନ କେନ୍ଦ୍ର କୃଷି ସଚିବ ଡକ୍ଟର ଶୋଭନ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି l
ଆଜି କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର, ଭୁବନେଶ୍ୱର ଠାରେ ଆୟୋଜିତ ଡି ବି ଟି କିଶାନ୍ ସହଯୋଗରେ ତିନିଦିନିଆ ଉଦ୍ୟାନକୃଷିରେ ଆୟ ବୃଦ୍ଧିର କୌଶଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଓ ନବରଙ୍ଗପୁରରେ ରହିଥିବା ଜଳବାୟୁ ଓ ମୃତ୍ତିକା ଉଦ୍ୟାନକୃଷି ପାଇଁ ଭରପୁର ସୁଯୋଗ ରହିଛି। ତେଣୁ ଚାଷୀ ମାନେ ଦେଶର ବିଭିନ୍ନ ଅନୁଷ୍ଠାନରେ ରହିଥିବା ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିପାରିଲେ ନିଶ୍ଚିତଭାବେ ଆଗାମୀ ଦିନରେ ଚାଷୀ ମାନଙ୍କ ଆୟ ବହୁଗୁଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ବିଶେଷ କରି ଚାରା ପ୍ରସ୍ତୁତ, ମଞ୍ଜି ଉତ୍ପାଦନ ଭଳି ଅନେକ ବିଜ୍ଞାନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ l
କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର ର ମୁଖ୍ୟ ଡକ୍ଟର ଗୋବିନ୍ଦ ଆଚାର୍ଯ୍ୟ କୋରାପୁଟ ଓ ନବରଙ୍ଗ ପୁର ରେ ନିଆ ଯାଇ ଥିବା ଅନେକ ମଡେଲ ସମ୍ପର୍କ ରେ କହିଥିଲେ l ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ ଡିବିଟି କିଶାନ କାର୍ଯ୍ୟକ୍ରମ ଦ୍ବାରା ଅନେକ ଚାଷୀ ମନକୁ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରୟାସ କରାଯାଉଛି ବୋଲି କହିଥିଲେ l ବିଜ୍ଞାନ ସଞ୍ଚାରକ ଅତିଥି ପରିଚୟ କରିଥିବା ବେଳେ, ଡକ୍ଟର ଦିଲୀପ କୁମାର ପାଟଶାଣି, ପୂର୍ବତନ ଯୁଗ୍ମ କୃଷି ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ, ବୈଜ୍ଞାନିକ ଡକ୍ଟର ଦୀପା ସାମନ୍ତ, ଏଭିଭି କୌଣ୍ଡନ୍ୟ , ମୁଖ୍ୟ ବୈଷୟିକ ଅଧିକାରୀ ମନୋଜ କୁମାର ପଟ୍ଟନାୟକ ଓ ଅମିତାଭ ରାଉତରାୟ ଉପସ୍ଥିତ ଥିଲେ। କୋରାପୁଟ ଓ ନବରଙ୍ଗପୁର ର ଉଦ୍ୟାନ କୃଷି ଚାଷୀ ମାନଙ୍କ ଆୟ ର ସ୍ଥିତି ସମ୍ପର୍କ ରେ ପୁର୍ବତନ କୃଷି ସଚିବ ଚାଷୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ l