Videos
|
Odisha

ମେ ୨୭ରେ କେରଳ ଛୁଇଁବ ମୌସୁମୀ, ତାତିରୁ ମିଳିବ ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମେ ୨୭ରେ କେରଳ ଛୁଇଁବ ମୌସୁମୀ, ତାତିରୁ ମିଳିବ ଆଶ୍ୱସ୍ତି

ମେ ୨୭ରେ କେରଳ ଛୁଇଁବ ମୌସୁମୀ । ଚଳିତ ଥର ସଅଳ କେରଳ ଛୁଇଁବ ମୌସୁମୀ । ସଅଳ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ । ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି । ତେବେ ୨୦୨୦ରେ ଜୁନ ୧, ୨୦୨୧ରେ ଜୁନ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ ୮ ଓ ୨୦୨୪ରେ ମେ ୩୦ ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ଅନ୍ୟପଟେ ଆସନ୍ତା ୭ ଦିନ ଜଳିବ ଓଡ଼ିଶା । ରାଜ୍ୟରେ ଜାରି ରହିବ ଭୀଷଣ ଗ୍ରୀଷ୍ମ ଲହରୀ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।


ରାଜ୍ୟରେ ଯେଉଁଭଳି ଭାବରେ ଗ୍ରୀଷ୍ମ ଲହରୀ ଲାଗି ରହିଛି। ସକାଳ ୯ ବାଜୁ ବାଜୁ ତାତି ବଢ଼ି ଚାଲିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତତଲା କଡେଇରେ ଭାଜି ହେଉଛି ପୁରା ଓଡ଼ିଶା । ସକାଳୁ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୁତ । ସକାଳ ସାଢ଼େ ୮ ସୁଦ୍ଧା ୩୫.୨ ଡିଗ୍ରୀ ଟପିଲା ଝାରସୁଗୁଡ଼ା । ସମ୍ବଲପୁର ୩୪.୪, ବାଲେଶ୍ବର ୩୩, ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ବର ୩୨.୪, ଚାନ୍ଦବାଲି ୩୨.୨, ପାରାଦୀପ ୩୧.୨ ଓ ଗୋପାଳପୁରରେ ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ମେ 19 ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରିନ ଓଡ଼ିଶା ରେ ହିଟ ୱେବ ଭଳି ସ୍ଥିତି ଆଉ ଉପକୂଳ ଓଡ଼ିଶା ରେ ଗରମ ଓ ଅସହୟୀ ଆଦ୍ର ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ମୌସୁମୀ ସମୟ ପୂର୍ବରୁ ଛୁଇଁବାର ସମ୍ଭାବନା ରହିଛି। ମେ 27 ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା କୁ ନେଇ ପୂର୍ବାନୁମାନ କରିଛି ଆଇ ଏମ ଡି । ଯଦି ଜଳବାୟୁ ରେ କୋଣସି ପରିବର୍ତନ ନ ହୁଏ ଓଡିଶାକୁ ମଧ୍ୟ ଜଲଦି ଆସିବା ର ସମ୍ଭାବନା ରହିଛି। ମେ 20 ବେଳକୁ ଗୋଟେ ଟ୍ରାପ ଲାଇନ ହେବା ର ସମ୍ଭାବନା ରହିଛି । ଏହା ପ୍ରଭାବ ରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।


the-india-meteorological-department-has-predicted-that-the-southwest-monsoon-is-likely-to-hit-kerala-on-may-27 | Argus News