Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେଠୁ ଏତେ ତାତି, ଆଗକୁ ପରିସ୍ଥିତି ଅସମ୍ଭାଳ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏବେଠୁ ଏତେ ତାତି, ଆଗକୁ ପରିସ୍ଥିତି ଅସମ୍ଭାଳ...

ଭୁବନେଶ୍ୱର:  ଆଗକୁ ପ୍ରବଳ ଖରା। ତାତି ସାଙ୍ଗକୁ ପ୍ରବଳ ଝାଞ୍ଜି ଅନୁଭୂତ ହେବ। ସିଝିବ ଆଭ୍ୟନ୍ତରୀଣ ଓଡ଼ିଶା । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାରେ ହିଟୱେଭ ଆଲର୍ଟ ଜାରି ହୋଇଛି। ୪୦ ଡିଗ୍ରୀ ଅତିକ୍ରମ କରିପାରେ ଦିନ ତାପମାତ୍ରା। ୪ ଦିନ ଧରି ଅର୍ଥାତ୍ ୧୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରିଛି ପାଣିପାଗ ବିଭା । ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୪ ଓ ୧୫ରେ ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳରେ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । 


ବୁଧବାର ଚଳିତବର୍ଷ ପ୍ରଥମ ଥର ପାଇଁ ତାତି ୪୦ଡିଗ୍ରୀ ଅତିକ୍ରମ କରିଛି, ବୌଦ୍ଧରେ ପାରଦ ୪୦.୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ୬ଟି ସହରରେ ୩୯ଡିଗ୍ରୀ ଛୁଇଁଛି । ମାର୍ଚ୍ଚ ୧୬ ତାରିଖ ଅର୍ଥାତ ହୋଲିରେ ପଶ୍ଚିବ ଓଡ଼ିଶାରେ ତାତି ୪୨ ଡିଗ୍ରୀ ଟପିବାକୁ ରହିଥିବା ବେଳେ ଉପକୂଳରେ ପାରଦ ୪୦ଡେଇଁବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଆଜି ପାଇଁ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜିଠୁ ବଢିବ ତାତି, ଜଳିବ ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ, ସବୁଠି ତାତି ଦେଖାଉଛି ତାଉ ।୪ଦିନ ପାଇଁ ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ । ୧୬ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ାରେ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ। ରାତି ତାପମାତ୍ରାରେ ହେବନାହିଁ ବିଶେଷ ପରିବର୍ତ୍ତନ। ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି। ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଦିନ ୮ଟାରୁ ଟାଇଁଟାଇଁ ଖରା ହେଉଛି। ତେବେ ଯଦି ଆପଣ ବାହାରକୁ ବାହାରୁଛନ୍ତି, ତେବେ ପାଣି ବୋତଲ, ଓଦା କପଡା, ଛତା ସାଙ୍ଗରେ ନିଅନ୍ତୁ।

Sponsored
the-india-meteorological-department-imd-predicted-that-the-maximum-temperature-day-temperature-is-very-likely-to-gradually-rise-by-2-3-degree-celsius-during-nex | Argus News