Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥାନାନ୍ତରଣ ହେବ ଅଳଙ୍କାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥାନାନ୍ତରଣ ହେବ ଅଳଙ୍କାର

ଅର୍ଗସ ବ୍ୟୁରୋ:  ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାର ସ୍ଥାନାନ୍ତରଣର କରିପାରନ୍ତି ତଦାରଖ ଗଜପତି । ପୁରୀରେ ଗଜପତି ମହାରାଜା ପୂର୍ବଥର ଗଜପତିଙ୍କ ପ୍ରତିନିଧି ଯାଇଥିଲେ । ଦକ୍ଷିଣ ଦ୍ୱାର ଦେଇ ଯାଇପାରନ୍ତି ଗଜପତି ବୋଲି ସୂଚନା ରହିଛି । ରତ୍ନଭଣ୍ଡାର ଭିତରକୁ ଯାଇପାରନ୍ତି ଗଜପତି ମହାରାଜା। ଭିତର ରତ୍ନଭଣ୍ଡାର ଉପରୁ ରହସ୍ୟ ହଟିବ । ଆଉ କିଛି ସମୟ ପରେ ଅର୍ଥା ସକାଳ 9ଟା 51 ରୁ 12ଟା 15 ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ ହୋଇଛି ।

ଜଷ୍ଟିସ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସି.ବି.କେ ମହାନ୍ତି ବର୍ତ୍ତମାନ ବୈଠକରେ ଉପସ୍ଥିତ ଅଛନ୍ତି । ଗଜପତି ମହାରାଜା ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି । ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଗୋଟିଏ ପରେ ଗୋଟିଏ ଟିମ୍  । ଓଡ୍ରାଫ୍, ସ୍ନେକ୍‌ ହେଲ୍‌ପ ଲାଇନ୍‍, ଅକ୍ସିଜେନ, ଗ୍ୟାସ କଟର ସହ ଫାୟାର ଟିମ୍‌ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଅଧିକ ପଢ଼ନ୍ତୁ:ଆଜି ଦ୍ୱିତୀୟ ଥର ପାଇଁ ଖୋଲିବ ଭିତର ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ସକାଳ 9ଟା 51 ରୁ 12ଟା 15

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The inner ratna bhandar opened | Argus News