Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଧାନମନ୍ତ୍ରୀଙ୍କ ଜନସଭା ପରେ କମ୍ପୁଛି ଝାଡ଼ଖଣ୍ଡ ମଇଦାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଧାନମନ୍ତ୍ରୀଙ୍କ ଜନସଭା ପରେ କମ୍ପୁଛି ଝାଡ଼ଖଣ୍ଡ ମଇଦାନ

ଅର୍ଗସ ବ୍ୟୁରୋ: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମଇଦାନରେ ଉଷ୍ଣତା ଭରିଲେ ପ୍ରଧାନମନ୍ତ୍ରୀ। ମାରାଥନ୍ ରାଲି କରି ମୋଦି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ, ପରିବର୍ତ୍ତନ ପାଇଁ ଆହ୍ବାନ ଦେଲେ, ଆଉ ଏହା ପରେ ରାଜ୍ୟରେ ପ୍ରଚାର ଅଭିଯାନ ହୋଇଛି ଆହୁରି ଜୋରଦାର।  ଝାଡ଼ଖଣ୍ଡରେ କଣ ରହିଛି ଭୋଟରଙ୍କ ମୁଡ୍, ଜାଣିବାକୁ ଅର୍ଗସ୍ ଟିମ୍ ପହଞ୍ଚିଲା
ଓଡିଆ ଓ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବହଡାଗୋଡା ବିଧାନସଭା କ୍ଷେତ୍ରରେ। ଚାକୁଳିଆ, ଗୋଡ଼ାବନ୍ଦା ଓ ବହଡ଼ାଗୋଡ଼ା ୩ଟି ବ୍ଲକକୁ ନେଇ ଗଠିତ ବହଡ଼ାଗୋଡ଼ା ନିର୍ବାଚନମଣ୍ଡଳୀ । ଏ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ। ନିର୍ବାଚନରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ। ତେଣୁ ଓଡ଼ିଆ ଭୋଟରଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି। ଗତ ୫ ବର୍ଷରେ ଜେଏମଏମ୍ ଶାସନ ନେଇ ଲୋକଙ୍କ ମନରେ କ୍ଷୋଭ। ସେପଟେ ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ଭୋଟରେ ରୂପାନ୍ତରିତ କରିବାକୁ ପୂରା ବଳ ଲଗାଇଛି ବିଜେପି। ଦୁଇ ପଡ଼ୋଶୀ ରାଜ୍ୟ ଓଡିଶା ଓ ଛତିଶଗଡ଼ରେ ପଦ୍ମ ଦଳର ସରକାର ହେବା ପରେ ଏବେ ଝାଡ଼ଖଣ୍ଡକୁ ନେଇ ବଢ଼ିଛି ଉତ୍ସାହ। 

ବହଡାଗୋଡ଼ା କେରୁକଚ୍ଚାଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା। ବିଜେପି ବିଧାୟକ ଦିନେଶାନନ୍ଦ ଗୋସ୍ୱାମୀ, ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ଜାମସେଦପୁରର ଲୋକସଭା ସାଂସଦ ବିଦ୍ୟୁତ ବରଣ ମାହୋତ ଜନସଭାକୁ ସମ୍ବୋଧନ କରିଛନ୍ତି। ଯୁବକଙ୍କୁ ନିଯୁକ୍ତି, କୃଷକଙ୍କ ପ୍ରତି ଅବହେଳା, ମହିଳାଙ୍କୁ ସମ୍ମାନ, ଦୁର୍ନୀତି, ଅନୁପ୍ରବେଶ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ  ଜେଏମ୍ଏମ୍ ସରକାର ଉପରେ ଜୋରଦାର ବର୍ଷିଛନ୍ତି। ଅନ୍ୟପଟେ ଜେଏମ୍ଏମ୍ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କୁ ପୁଣି ଥରେ ଭୋଟ୍ ଦେବାକୁ ଆହ୍ବାନ ଦେଉଛନ୍ତି ଜେଏମଏମ୍ ପ୍ରାର୍ଥୀ। 

 ରବିବାର ଗୃହମନ୍ତ୍ରୀ ଅମିତ ଶାହା ଓ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାରେ ପ୍ରବଳ ଜନସମୁଦ୍ର ବିଜେପି ଶିବିରରେ ଖେଳାଇ ଦେଇଛି ଜୋରଦାର ଉତ୍ସାହ। ରାଜ୍ୟରେ କ୍ଷମତାଦଖଲ ପାଇଁ ଦଳ ପୁରା ଦମ୍ ଲଗାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The Jharkhand Maidan is shaking after the Prime Minister's public meeting | Argus News