Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ

Odisha

ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ

Banajyotshna Ray
Browse all articles by Banajyotshna Ray
·1 year ago
ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ

ବଦଳିବ ପାଗ, ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହୋଇଛି। ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।


ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋର୍‌ରେ ପବନ ବହିବା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ବର୍ଷା ହେବାନେଇ ଅନୁମାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
the-kalabaisakhi-give-peace-heavy-rain-in-odisha | Argus News