ଦୁର୍ଦ୍ଦିନରେ ଗୁମୁରି କାନ୍ଦୁଛି ଖଡ଼ିଆ ପରିବାର

Key Points
`ଖଡ଼ିଆ'କୁ କୁଡ଼ିଆ ଭରସା
ଜମି ନାହିଁ ବୋଲି ଆବାସ ସ୍ବପ୍ନ
ଯୋଜନା ଅଛି ଲାଭ ମିଳୁନି
ଟୁଙ୍ଗୁରୁ ଜଙ୍ଗଲ ଭିତରେ ବାଟ ପାଉନି ବିକାଶ
ଦୁର୍ଦ୍ଦିନରେ ଗୁମୁରି କାନ୍ଦୁଛି ଖଡ଼ିଆ ପରିବାର
ଝାଟିମାଟିର କୁଡ଼ିଆ ଭରାସରେ ଖଡ଼ିଆ ପରିବାର। କିଏ ଚାଳ ଛପର ଘରେ ରହୁଛି ତ କିଏ ଜରିପାଲ ଘରେ ବିତାଉଛି ଦିନ। ଘର ଛପର ଏମିତି ନଡ଼ା ଉପରୁ ଗଛ ଉଠିଗଲାଣି। ଘର ଭିତର ଫାଙ୍କରୁ ଦିସୁଛନ୍ତି ସୂର୍ଯ୍ୟଚନ୍ଦ୍ର । ବର୍ଷା ଦିନେତ କଥା ସରିଲା। ଭାଗ୍ୟକୁ ଆଦରି ଘରେ ପଡି ରୁହନ୍ତି ଗରିବ ଖଡ଼ିଆ ପରିବାର। ବାସଗୃହ ଖଣ୍ଡେ ପାଇବାକୁ ସ୍ଥାନୀୟ ଜନପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୈଡ଼ିଛନ୍ତି। ପ୍ରତିଶ୍ରୁତି ମିଲିଛି ସତ ହେଲେ ମିଳୁନାହିଁ ପକ୍କାଘର।
ମୟୁରଭଞ୍ଜ ମାଣିକପୁର ପଞ୍ଚାୟତ ଅଧୀନ ବନ୍ତଳିଗୋଡ଼ା ଗାଁର ଦେହୁରୀ ସାହି। ଟୁଙ୍ଗୁରୁ ଜଙ୍ଗଲ ମଧ୍ୟରେ ଥିବା ଏହି ସାହିରେ ବସବାସ କରନ୍ତି ୧୭ ଖଡ଼ିଆ ପରିବାର । ଯେଉଁ ମାନଙ୍କ ଜୀବିକା କହିଲେ ମୂଲ ମଜୁରୀ । ପେଟକୁ ଦିମୁଠା ଖାଇବା ସଂଗ୍ରାହ କରିପାରୁ ନଥିବା ଏହି ନିରିହ ଜନଜାତି ପାଇଁ ଆଜିବି ଆବାସ ସାତ ସପନ। ପୁରା ସାହି କୁଡିଆ ଭରାସରେ । ଖାଲି ଆବାସ କାହିଁକି ସରକାରଙ୍କ ଅନ୍ୟ ଯୋଜନା ମଧ୍ୟା ଏଠାରେ ଅପହଞ୍ଚ। ସାହିର ଅନେକ ବୃଦ୍ଧା ଭତ୍ତା, ରାସନ କାର୍ଡରୁ ବଂଚିତ। ସେଭଳି ପାଣି ରାସ୍ତା ପରି ସମସ୍ୟା ଭିତରେ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି ଖଡ଼ିଆ ପରିବାର।
ଜନଜାତିଙ୍କ ଉନ୍ନୟନ ନିମନ୍ତେ ସରକାରଙ୍କ ବହୁ ଯୋଜନା। ମାତ୍ର ଗ୍ରାଉଣ୍ଡରେ ପହଞ୍ଚିବା ଆଗରୁ ସବୁ ବାଟବଣା। ଆଜିବି ସରାକରୀ ସହାୟତା ଅପେକ୍ଷାରେ ଖଡ଼ିଆ। ତେବେ ଚିନ୍ତାର ବିସୟ ଯୋଜନା ଥାଇବି ଏହାର ଫାଇଦା ପାଉ ନାହାନ୍ତି ନିରିହ ଜନଜାତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: