Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘାତକ ହେଉଛି ଟ୍ରେଡିଂ ଆପ୍

Odisha

ଘାତକ ହେଉଛି ଟ୍ରେଡିଂ ଆପ୍

Rashmita Mishra
Browse all articles by Rashmita Mishra
·1 year ago
ଘାତକ ହେଉଛି ଟ୍ରେଡିଂ ଆପ୍

ଅର୍ଗସ ବ୍ୟୁରୋ: ଘାତକ ହେଉଛି ଟ୍ରେଡିଂ ଆପ୍ । କ୍ଷତି ସହିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ। ବିବାହର ସପ୍ତାହେ ପୂର୍ବରୁ ଯୁବକ ଜଣଙ୍କ ଆତ୍ମହତ୍ୟା  କରିଛନ୍ତି । ମୃତକ ହେଉଛନ୍ତି କେନ୍ଦ୍ରାପଡାର ଲଙ୍କାପଡାର ଅଚ୍ୟୁତାନନ୍ଦ ସାହୁ । ସେ  ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ଝାରସୁଗୁଡା ଜିଆରପି ତଦନ୍ତ କରୁଛି ।  ଆସନ୍ତା ୧୭ ତାରିଖରେ ଅଚ୍ୟୁତାନନ୍ଦଙ୍କ ବିବାହ ସ୍ଥିର ହୋଇଥିଲା । ଏହାର ସପ୍ତାହେ ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ବିଚଳିତ କରିଛି। ଅଚ୍ୟୁତାନନ୍ଦ ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ ହ୍ବାଟସ ଆପରେ ପଠାଇଥିଲେ । ଟ୍ରେଡିଂ ଆପରେ ଟଙ୍କା ହରାଇଥିବା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିବା ସେଥିରେ ଲେଖିଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The killer is the trading app | Argus News