ପଛକୁ ହଟିଲା କିଟ୍, ଭାଙ୍ଗିଲା ଅଚ୍ୟୁତଙ୍କ ଟାଣପଣ

Key Points
ପଛକୁ ହଟିଲା କିଟ୍, ଭାଙ୍ଗିଲା ଅଚ୍ୟୁତଙ୍କ ଟାଣପଣ
NIFT-ବୟନ ଉଷ୍ଣୟନ ଭବନ ରାସ୍ତା ମଝିରୁ ହଟିଲା ଅବରୋଧ
ଜବରଦଖଲ ଉଚ୍ଛେଦ ପୂର୍ବରୁ ରାସ୍ତାରୁ ଫୁଲ ତୋରଣ ହଟାଇଲା କିଟ୍
କିନ୍ତୁ ଏବେ ବି NIFT ରାସ୍ତାରେ ରହିଛି କିଟର ତୋରଣ
ସିକ୍ୟୁରିଟି ଛିଡ଼ା କରାଯାଇଛି ଜାରି ରହିଛି KIITର ଦାଦାଗିରି
ରାଜ୍ୟ ସରକାର ନେବେ କି ଆକ୍ସନ ?
ବର୍ଷ ବର୍ଷ ଧରି ଚଳାଇଥିଲା ମନମାନି । ସରକାର ଓ ପ୍ରଶାସନକୁ ପକେଟରେ ପୁରାଇ ଅଚ୍ୟୁତ ସାମନ୍ତ ଓ ତାଙ୍କ ସଂସ୍ଥା କିଟ୍ ଚଳାଇଥିଲେ କେଳେଙ୍କାରୀ। ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟର ମୁଖା ଖୋଲିବା ପରେ ଏବେ ବଢ଼ିବାରେ ଲାଗିଛି କିଟର ଅଡୁଆ। ଟାଣପଣ ଦେଖାଇ, ଜୋରଜବରଦସ୍ତ ସରକାରୀ ରାସ୍ତାକୁ ବର୍ଷ ବର୍ଷ ଧରି ଅବରୋଧ କରିଥିବାବେଳେ ଏ ନେଇ ଅର୍ଗସରେ ଖବର ପ୍ରସାରଣ ପରେ କିଟ୍ କର୍ତ୍ତୃପକ୍ଷଙ୍କ ମନରେ ପଶିଛି ଛାନିଆ। ଟାଣପଣ ଭାଙ୍ଗିଛି। ସର୍ବସାଧାରଣ ରାସ୍ତାରେ ଜବରଦଖଲ ଉଚ୍ଛେଦ ପାଇଁ କିଟ୍ ଉପରେ ସରକାରଙ୍କ କଡ଼ା ଆକ୍ସନ ପୂର୍ବରୁ ନିଜେ ନିଜେ ପଛକୁ ହଟିଛି କିଟ୍। NIFT ଓ ବୟନ ଉଷ୍ମୟନ ଭବନ କେନ୍ଦ୍ର କୁ ଯାଇଥିବା ସର୍ବ ସାଧାରଣ ରାସ୍ତା ମଝିରେ କିଟ୍ କରିଥିବା ଫୁଲ ତୋରଣକୁ ତରବରିଆ ଭାବେ ହଟାଇ ନେଇଛି । ଆଜି ଟ୍ରାକ୍ଟର ଯୋଗେ ଫୁଲ କୁଣ୍ଡ ଗୁଡ଼ିକୁ କିଟ ବିଶ୍ଵ ବିଦ୍ୟାଳୟ ଭିତରକୁ ବୋହି ନେବା ସହ ରାସ୍ତା ମଝିରେ ଲଗାଇଥିବା ଲାଇଟ୍ କାଢ଼ି ନିଆଯାଇଛି, ଇଲେକ୍ଟ୍ରିକ କନେକସନ୍ କୁ କାଟି ଦିଆଯାଇଛି ।
ଛୋଟ ଅବରୋଧ ହଟାଇନେଲା କିଟ୍। କିନ୍ତୁ ଯେଉଁ ମୁଖ୍ୟ ଜବରଦଖଲକୁ ନେଇ ବିବାଦ ସେଠି ଏବେ ବି ବଦଳିନାହିଁ ସ୍ଥିତି। NIFT ରାସ୍ତାରେ ସରକାରୀ ରାସ୍ତାରେ ଏବେ ରହିଛି ଏ ତୋରଣ। ଭିତରକୁ ପଶିବା ପାଇଁ ଏବେ ବି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଛାତ୍ର ଛାତ୍ରୀ । କାରଣ ସିକ୍ୟୁରିଟି ଗାର୍ଡ ଛିଡ଼ା କରାଇ ଏଠି କିଟ୍ କରୁଛି ଦାଦାଗିରି । ପ୍ରଶ୍ନ ହେଲା ଏ ରାସ୍ତାରୁ କେବେ ହଟିବ କିଟର ଜବରଦଖଲ ? କିଟ୍ ବିରୋଧରେ ଆକ୍ସନ ମୋଡକୁ ଆସିବେ ସରକାର ?
