କୁଟିଆ କନ୍ଧ ଅଞ୍ଚଳରେ ବିକାଶ ବାଟବଣା

Key Points
ସରକାରୀ ଯୋଜନାରୁ ବଞ୍ଚିତ କୁଟିଆ କନ୍ଧ
ଯୋଜନା ମାଳମାଳ ହେଲେ ମିଳୁନି ଲାଭ
କୁଟିଆ କନ୍ଧ ଅଞ୍ଚଳରେ ବିକାଶ ବାଟବଣା
କେବେ ଦୂର ହେବ ଜାମଚୁଆଁର ଦୁଃଖ ?
ଦେଶର ଅମୃତ କାଳରେ ମୌଳିକ ସୁବିଧା ଖୋଜୁଛି କୁଟିଆ କନ୍ଧ ସମ୍ପ୍ରଦାୟର ଆଦିବାସୀ। କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକର ଜାମ୍ଚୁଆଁ ଗାଁ। ଏଠାରେ ୧୫ରୁ ଅଧିକ ଆଦିବାସୀ ପରିବାରରେ ଶହେରୁ ଅଧିକ ଲୋକେ ବସବାସ କରନ୍ତି। ମାତ୍ର ଏବେବି ଏମାନେ ମୌଳିକ ସମସ୍ୟା ଭିତରେ ଜର୍ଜରିତ। ରାତି ସହ ଏଠି ଅନ୍ଧାର ଯେମିତି ମିତ ବସନ୍ତି। ବିଜୁଳି ଆଲୁଅ ଆଜି ଏବି ବହୁ ଦୂରରେ। ଲାଞ୍ଜିଗଡ଼ ଶିଳ୍ପାଞ୍ଚଳର ଆଲୋକ ମାଳା ଏମାନଙ୍କୁ ଦେଖା ଯାଏ ହେଲେ ଘରେ ଜଳି ପାରୁନି ବିଜୁବତୀ। ରୁହିଂସ୍ରଜନ୍ତୁ ଭୟରେ ସଞ୍ଜ ହେଲେ ତାଟିକବାଡ ପଡେ।
ଗାଁରେ ଅପାଠୁଆ ବେଶୀ, ପାଠୁଆ କମ । ଗାଁରେ ସ୍କୁଲ ନଥିବାରୁ ପିଲାଙ୍କ ପାଠ ପଢା ପଞ୍ଚମରେ ଶେଷ । ୪ କିଲୋମିଟର ପାହାଡ଼ିଆ ରାସ୍ତା ଦେଇ ପିଲାଙ୍କୁ ସ୍କୁଲ ଯିବାକୁ ପଡୁଥିବାରୁ ଏଠାରେ ଅଧାରୁ ବନ୍ଦ କରିବାକୁ ପଡେ ପାଠ ପଢା ଡୋରୀ। ପାହାଡି ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟତର। ପାନୀୟ ଜଳ ଯୋଗାଣ ପାଇଁ ଏଠି ସୋଲାର ଟାଙ୍କି ଅଛି ସତ କିନ୍ତୁ ଏଥିରେ ସବୁ ବେଳେ ପାଣି ଆସେ ନାହିଁ। ଫଳରେ ବର୍ଷା ଦିନେବି ଝରଣା ପାଣି ଏଠି ଭରଷା । ଘାଟି ଉପରେ ଦରଖଣ୍ଡିଆ ପିଚୁ ରାସ୍ତା ଟିଏ ଅଛି ଯାହାର ମରାମତି ବହୁ ବର୍ଷ ହେଲା ହୋଇନି ଫଳରେ ଯାତାୟତରେ ସମସ୍ୟା ଏଠି ବର୍ଷ ତମାମ ଲାଗିରୁହେ। ଯୋଜନା ମାଳ ମାଳ ହେଲେ ଲୋକେ ପାଉ ନାହାନ୍ତି ଯୋଜନାର ଲାଭ । ବର୍ଷ ବର୍ଷ ଧରି ସମସ୍ୟା ଭିତରେ ଦୁର୍ଗମବାସୀ।