Videos
|
Odisha

ବଜାର ଅଭାବରୁ ବିକ୍ରି ହୋଇପାରୁନି ଦୀପ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବଜାର ଅଭାବରୁ ବିକ୍ରି ହୋଇପାରୁନି ଦୀପ 

ଭଦ୍ରକ: ଆଉ ଦିନ କେଇଟା ପରେ  ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର ପରିବାର । ତିଆରି କରୁଛନ୍ତି ଭଳିକି ଭଳି ଦୀପ । ହେଲେ ବଜାର ଅଭାବରୁ ବୃଥା ଯାଉଛି ପରିଶ୍ରମ । ସେପଟେ ବଜାରରେ ମାଟି ସରଞ୍ଜାମର ଚାହିଦା କମିବାରେ ଲାଗିଛି। ବଜାରକୁ ଆସୁଛି ଚାଇନା ସାମଗ୍ରୀ । ଫଳରେ ଏହି ଚାଇନା ସାମଗ୍ରୀ ପାଇଁ ବାସୁଦେବପୁର ଅଞ୍ଚଳରେ ଥିବା କୁମ୍ଭକାର ପରିବାର ଉପରେ ଚଡକ ପଡିଛି ।
ଏପଟେ ପୁଣି  ମାଟି, ବାଲି ଓ ଜାଳେଣି କାଠର ଅଭାବ ସହ ମାଟି ଓ ବାଲିର ଚଢା ଦର ।

ସଙ୍କଟରେ କୌଳିକ ବୃତ୍ତି । ତଥାପି କିଛି କୁମ୍ଭକାର ପରିବାର ଏହି କୌଳିକ ବୃତିକୁ ଆପଣେଇଛନ୍ତି । ବାସୁଦେବପୁର ବ୍ଲକ ର ବିନାୟକପୁର, ବେଳସାଉଁଳିଆ, ଗଦି, ବଳିବିନ୍ଧା, ରାଧାବଲ୍ଲଭଃପୁର ଭଳି ସ୍ଥାନରେ କୁମ୍ଭକାର ପରିବାର ଏହି କୁଳ ବେଉସାକୁ ଆପଣେଇ ଛନ୍ତି।  ସେମାନେ ଦୀପ, ହାଣ୍ଡି, କଳସ, ସହ ପୂଜା, ବ୍ରତ ଭଳି ବିଭିନ୍ନ ପର୍ବ ପର୍ବାଣୀ ପାଇଁ ବ୍ୟବହୃତ ହେଉଥିବା ମାଟି ସରଞ୍ଜାମ ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଲିଚୁ କି ଚାଇନା ସାମଗ୍ରୀ ନୁହେଁ ବରଂ ମାଟି ଦୀପ ଜାଳି  ପରମ୍ପରା ବଜାୟ ରଖିବା ଆବଶ୍ୟକ ବୋଲି କହନ୍ତି କୁମ୍ଭକାର ପରିବାର । ଯାହାଦ୍ୱାରା ପରିବେଶ ସୁରକ୍ଷା ହେବା ସହ କୁମ୍ଭକାର ତାଙ୍କ କୌଳିକ ବୃତ୍ତିରୁ ଦୁଇ ପଇସା ଲାଭ କରିପାରିବେ । ଦିନକୁ ଦିନ ବଜାରରେ ମାଟି ଦୀପ ର ଚାହିଦା କମି କମି ଯାଉଛି । ଦୀପାବଳି ପୁର୍ବରୁ ଗାଁକୁ ବିଭିନ ବ୍ୟବସାୟୀ ମାନେ ଆଗରୁ ଆସି ଦୀପ କିଣି ନେଉଥିଲେ । ହେଲେ ଗତ କିଛି ବର୍ଷ ହେଲା ଆଉ ବେପାରୀ ମାନେ ଦୀପ ନେବାକୁ ଆସୁନାହାନ୍ତି । କି ବଜାର ଓ ହାଟକୁ କୁମ୍ଭକାର ପରିବାର ବିକ୍ରି ପାଇଁ ଗଲେ ମଧ୍ୟ ବିକ୍ରି ହେଉନି ।
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The lamp cannot be sold due to lack of market | Argus News