Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ

Rashmita Mishra
Browse all articles by Rashmita Mishra
·1 year ago·1 min read
ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ

ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତେବେ ଉତ୍ତମଙ୍କ ବିୟୋଗରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।


ଉତ୍ତମ ମହାନ୍ତି ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ । ହେଲେ ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ 8 ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ‌ଗୁରୁବାର ରାତିରେ ସେ ଚିରଦିନ ପାଇଁ ଶୋଇଯାଇଛନ୍ତି । ତାଙ୍କର ପରଲୋକରେ ଓଲିଉଡ୍‌ରେ ଏକ ଯୁଗର ଅବସାନ ଘଟିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।


ଦିଲ୍ଲୀରୁ ଫେରୁଛି ପାର୍ଥିବ ଶରୀର । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ସାଙ୍ଗରେ ପୁଅ ବାବୁସାନ୍ ଓ ବୋହୂ ତୃପ୍ତି ଅଛନ୍ତି ବୋଲି ସୂଚନା ଦେଇଛନ୍ତି ପାରିବାରିକ ବନ୍ଧୁ ରବି ମିଶ୍ର । ଜଗନ୍ନାଥବିହାର ସ୍ଥିତ ଘରେ ବନ୍ଧୁ, ପରିଜନମାନେ ଜଣଙ୍କ ପରେ ଜଣେ ପହଞ୍ଚୁଛନ୍ତି । ଶେଷ ଦର୍ଶନ ପାଇଁ ବନ୍ଧୁ ଓ ଶୁଭେଚ୍ଛୁ ଆସି ପହଞ୍ଚୁଛନ୍ତି । ମେଦାନ୍ତରୁ ମରଶରୀର ଆସିବା ପରେ ଶେଷ ଦର୍ଶନ କରିବେ । ଏହା ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

Sponsored
The last rites will be performed with state honours at Satyanagar crematorium. | Argus News